ଉପଲଡା ଗ୍ରାମରେ ମହିଳାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ଦୁର୍ବୃତ୍ତ ଫେରା ।

0

ଗଜପତି,୨୮.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଉପଲଡା ଗ୍ରାମରେ ମହିଳାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇ ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ମହିଳା ଜଣକ ଲହୁଲୁହାଣ ହୋଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଦିନ ପ୍ରାୟ ୩ଟା ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଏହି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଉପଲଡା ଗ୍ରାମର ଟି. ମୀନାରାଓଙ୍କ ସ୍ତ୍ରୀ ନିଜ ଦୋକାନରେ ଏକୁଟିଆ ବସିଥିବା ବେଳେ ଅଭିଯୁକ୍ତ ଜଣକ ପାଣି କିଣିବା ବାହାନାରେ ସେଠାକୁ ଆସିଥିଲା।ମହିଳା ଜଣକ ଏକୁଟିଆ ଥିବା ଦେଖି ଅଭିଯୁକ୍ତ ହଠାତ୍ ତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଚେନ୍ ଛିଣ୍ଡାଇବା ସମୟରେ ମହିଳାଙ୍କ ବେକରେ ଆଘାତ ଲାଗି ସେ ଲହୁଲୁହାଣ ହୋଇଥିବା ଜଣାପଡ଼ିଛି।ଘଟଣା ସମ୍ପର୍କରେ ଗୁରାଣ୍ଡି ଥାନାରେ ଏତଲା ଦିଆଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ଖବର ଲେଖାଯିବା ସୁଦ୍ଧା ଅଭିଯୁକ୍ତକୁ ଗିରଫ କରାଯାଇନଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ସହ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।

Leave A Reply

Your email address will not be published.