ନରସିଂହପୁର କୃଷି ସମବାୟ ସମିତି ସଭାପତି ସ୍ଵର୍ଗତ ବୈକୁଣ୍ଠ ସେନାପତିଙ୍କ ଉଦ୍ଧେଶ୍ୟରେ ସ୍ମୃତିଚାରଣ ସଭା ଅନୁଷ୍ଠିତ
ପଟ୍ଟାମୁଣ୍ଡାଇ ୨୮/୮: ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ନରସିଂହପୁର କୃଷି ସମବାୟ ସମିତି ସ୍ଵର୍ଗତ ବୈକୁଣ୍ଠ ସେନାପତିଙ୍କ ସ୍ମୃତିଚାରଣ ସଭା ସ୍ଥାନୀୟ ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନରସିଂହପୁର ସମବାୟ ସମିତି ପୂର୍ବତନ ସମ୍ପାଦକ ପାରେଶ୍ଵର ରାଉତଙ୍କ ନେତୃତ୍ୱ ଓ ପୂର୍ବତନ ସମ୍ପାଦକ ବ୍ରଜବନ୍ଧୁ ଦାଶଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ନରସିଂହପୁର ସମବାୟ ସମିତି ଅଧିନସ୍ଥ ସମସ୍ତ ଚାଷିଭାଇ ଶୁଭେଚ୍ଛୁ ମାନେ ଯୋଗଦେଇ ସ୍ଵର୍ଗତ ବୈକୁଣ୍ଠ ସେନାପତିଙ୍କ ନୀତି,ଆଦର୍ଶ,ଜୀଵନି ଓ ଲୋକପ୍ରିୟତା ଉପରେ ଆଲୋକପାତ କରିଥିଲେ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ରାଜନେତା ଅଶୋକ କୁମାର ଲେଙ୍କା,ଡିହାପଡା ପଞ୍ଚାୟତ ବିଜୁଜନତା ଦଳ ସଭାପତି ଜଗନ୍ନାଥ ପ୍ରଧାନ, ନରସିଂହପୁର ସଭାପତି ତପରଞ୍ଜନ ବେହେରା,ପୂର୍ବତନ ସରପଞ୍ଚ ଦୈତାରି ପରିଡା,ଶରତ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଅନିଲ ଚୋୖଧୁରୀ, ଲକ୍ଷ୍ମୀଧର ବାରିକ, ପଟ୍ଟାମୁଣ୍ଡାଇ
ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ଅମୂଲ୍ୟ ପ୍ରଧାନ, ପ୍ରମୋଦ ରାଉତ, ଗୋବିନ୍ଦ ପ୍ରଧାନ, କୁଳମଣି ଲେଙ୍କା, ବିଦ୍ୟାଧର ନାୟକ, ହେମକାନ୍ତ ସାହୁଙ୍କ ସମେତ ବହୁ ଶୁଭେଚ୍ଛୁ ମାନେ ଯୋଗଦେଇ ସ୍ଵର୍ଗତ ବୈକୁଣ୍ଠ ସେନାପତିଙ୍କ ସ୍ମୃତିଚାରଣ କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
Comments are closed.