ସ୍ୱର୍ଗତ ସାମ୍ବାଦିକ ଅମର ନନ୍ଦଙ୍କ ସ୍ମୃତିଚାରଣ ସଭାରେ ସାମ୍ବାଦିକ ଶିବଦାସ କୁଣ୍ଡୁ ହେଲେ ସମ୍ମାନିତ 

ବାଲେଶ୍ବର, ୪/୫(କୃଷ୍ଣ କୁମାର ମହାନ୍ତି) : ବାଲେଶ୍ବର ଜିଲ୍ଲା ସାମ୍ବାଦିକ ପ୍ରକୋଷ୍ଠରେ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଅମର ନନ୍ଦଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ସଭାରେ ସଭାପତିତ୍ୱ କରିଥିଲେ ‘ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି’ର ସଭାପତି ଦେବବ୍ରତ ପାଣିଗ୍ରାହୀ। ଏଥିରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ‘ଧ୍ବନି ପ୍ରତିଧ୍ୱନି’ର ସମ୍ପାଦକ ସୃଷ୍ଟିଧର ପରିଡା ଯୋଗଦେଇ କହିଲେ ଯେ ଅମର ନନ୍ଦଙ୍କ ଭଳି ଭଦ୍ର ଓ ନମ୍ର ଭାବାପନ୍ନ ବ୍ୟକ୍ତି ମିଳିବା କଷ୍ଟକର। ସେ କେବଳ ଜଣେ ସାମ୍ବାଦିକ ନଥିଲେ ସେ ଏକାଧାରରେ ଥିଲେ ଜଣେ ସମାଜସେବୀ ଓ ସଂସ୍କୃତି ପ୍ରେମୀ। ଏଥିରେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥ ‘ସେଇଠୁ ଆରମ୍ଭ’ର ସମ୍ପାଦକ ଶୁଭେନ୍ଦୁ ଦାସ ଯୋଗଦେଇ
ସ୍ମୃତିଚାରଣ କରିବା ସହ ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି କିଭଳି ଆଗକୁ ବଢ଼ି ପାରିବ ସେ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ସେ ନିଜେ ବର୍ଷକୁ ବର୍ଷ ୧୦୦୦ ଟଙ୍କା ସହାୟତା ଦେବା ସହିତ ଯେତେବେଳେ ଯାହା ସାହାଯ୍ୟ ଦରକାର ପଡିବ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଭାବରେ ଅମର ନନ୍ଦଙ୍କ ବାଲ୍ୟ ବନ୍ଧୁ ଶିକ୍ଷାବିତ୍ ଗଦାଧର ବାବୁ ଯୋଗଦେଇ ତାଙ୍କ ପିଲାଦିନର କଥା ବଖାଣିଥିଲେ। ସମାଜସେବୀ ଶ୍ରୀମତୀ ଆଶ୍ରିତା ତରେଇ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ।
ଏହି ଅବସରରେ ଅମର ନନ୍ଦଙ୍କ ସ୍ମୃତି ସମ୍ମାନ ବରିଷ୍ଠ ସାମ୍ବାଦିକ ତଥା ପରିବାର ଅଦାଲତର ମୁଖ୍ୟ ପରାମର୍ଶଦାତା ଶିବଦାସ କୁଣ୍ଡୁଙ୍କୁ ମାନପତ୍ର, ଉପଢୌକନ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ସ୍ମୃତିଚାରଣ ସଭାରେ ସାମ୍ବାଦିକ ବିଦ୍ୟାଧର ମହାନ୍ତି, ତ୍ରିଲୋଚନ ମହାନ୍ତି, ହିତ୍ରିକ ନାୟକ, ସମ୍ବିତ ବେହେରା, ସମ୍ପାଦକ ଗଗନ କୁମାର ସେଠୀ, ପ୍ରମୁଖ ଯୋଗଦ ଦେଇ ସ୍ମୃତିଚାରଣ କରିଥିଲେ। ସର୍ବଶେଷରେ ସାମ୍ବାଦିକ ତ୍ରିଲୋଚନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.