ମୟୁରଭଞ୍ଜ ରେ ବିଶ୍ଵ ପର୍ଯ୍ୟଟନ ଦିବସ ପାଲିତ।

ଆଜି ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟଟନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏକ ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତଯୋଗୀତା ଅନୁଷ୍ଠିତ ହୋଇଥିଲା ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ଭାଗ ନେଇଥିଲେ । ସକାଳ ର ଏହି ପ୍ରତିଯୋଗିତା କୁ ଭୁବନେଶ୍ୱର ଆର. ସି. ଏମ କଲେଜର ମୁଖ୍ୟ ପ୍ରାଧ୍ୟାପକ ରାଜକୁମାର ପାଣିଗ୍ରାହୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ସହିତ ଯୋଗ ଦେଇ ଉଦଘ।ଟିତ କରିଥିଲେ,
ସନ୍ଧ୍ୟାରେ ପୁରସ୍କାର ବିତରଣ ଉତ୍ସବରେ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭର୍ଦ୍ୱଜ ଓ ଅତିରିକ୍ତ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ରୁଦ୍ରନାରାୟଣ ମହାନ୍ତି , ପ୍ରାଧ୍ୟାପକ ରାଜକୁମାର ପାଣିଗ୍ରାହୀ ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ପର୍ଯ୍ୟଟନ ଅଫିସର କର୍ମଚାରୀ ଓ ସଂସ୍କୃତି ବିଭାଗର କର୍ମଚାରୀମାନେ ସହଯୋଗ କରି ସଫଳ କରିଛନ୍ତି ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଙ୍କ ଠାରୁ ପ୍ରକାଶ ।

Comments are closed.