ବାଲେଶ୍ୱର ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ । ୪୦ରୁ ଅଧିକ ମହିଳା ଶ୍ରମିକ ଗୁରୁତର

ବାଲେଶ୍ୱର ଖନ୍ତାପଡ଼ାରେ ଅଘଟଣ । ହାଇଲ୍ୟାଣ୍ଡ ଚିଙ୍ଗୁଡ଼ା ଫ୍ୟାକ୍ଟେରୀରେ ଗ୍ୟାସ ଲିକ୍ ହୋଇଥିବା ସୂଚନା ମିଳିଛି । ଗ୍ୟାସ୍ ଲିକ୍ ହେବାରୁ ସେଠାରେ କାର୍ଯ୍ୟରତ ୪୦ରୁ ଅଧିକ ମହିଳା ଶ୍ରମିକ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଖନ୍ତାପଡ଼ା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ୮ ଜଣ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ସୁଧାର ଆସୁଥିବା ସୂଚନା ମିଳିଛି । ୨୬ ଜଣ ଖନ୍ତାପଡ଼ାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଶ୍ରମିକମାନେ ଫ୍ୟାକ୍ଟେରୀରେ କାମ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇଥିଲା । ଶ୍ୱାସକ୍ରିୟାରେ କଷ୍ଟ ହେବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ କାହିଁକି ଗ୍ୟାସ ଲିକ୍ ହେଲା, ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି ଚିଙ୍ଗୁଡ଼ି ପ୍ୟାକ୍ଟେରୀ କର୍ତୃପକ୍ଷ ।

Comments are closed.