ମାତୃଭାଷା ଦିବସ ଅନୁଚିନ୍ତା

ଅର୍ଜୁନୀ ଚରଣ ବେହେରା

ଉତ୍କର୍ଷ କଳାର ଉତ୍କଳ ଦେଶ ଏବେ ଓଡ଼ିଶା l
ଓଡ଼ିଆ ଆମର ବଢ଼ିଆ ଶାସ୍ତ୍ରୀୟ ମାତୃଭାଷା ll
ଆମ ପୁଣ୍ୟଭୂମି ଉତ୍କଳ ନେତା ଶ୍ରୀଜଗନ୍ନାଥ l
ନୀଳଚକ୍ର ନେତ ଗରବେ ଗାଏ ଆମରି ଗୀତ ll
ଆମ ଭାଷା ଅତି ମହାନ ଆଜି ବିଶ୍ବେ ବଖାଣ l
ଜଗତ ଉଦ୍ଧର ପଛେ ମୋ ନର୍କେ ପଡୁ଼ ଜୀବନ ll
ଆମ ଭାଷା ପୁଣି ଅଟଇ ମହାଭାରତେ ଖ୍ୟାତ l
ଆମ ଭାନୁମତୀ ବରିଲେ ରାଜା କୁରୁ ସମ୍ରାଟ ll
ଆମ ଶ୍ରୀଶାରଳା ରଚିଲେ ଯେଉଁ ଭାରତ ଗ୍ରନ୍ଥ l
ପ୍ରାନ୍ତୀୟଭାଷାରେ ସଙ୍ଗତେ ତାର କିଏ ସମର୍ଥ ll
ଜଗନ୍ନାଥ ଦାସ ଉତ୍କଳ ବ୍ୟାସ ବଳି ବାଲ୍ମୀକୀ l
ଭାଗବତ,ରାମାୟଣରେ ଗଲେ କିରତୀ ରଖି ll
କବି କୁଳ କଞ୍ଜ ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ l
ଦେବଭାଷା ସଂସ୍କୃତସଙ୍ଗେ ତାଙ୍କ କୃତି ତୁଳିତ ll
ଦୀନକୃଷ୍ଣ,ଗୋପାଳ କୃଷ୍ଣ,ରଥେ ଶ୍ରୀବଳଦେବ l
ପଞ୍ଚସଖା ଅଭିମନ୍ୟୁଙ୍କ ସଙ୍ଗେ କେ ସରି ହେବ ll
ଗୋପବନ୍ଧୁ, ବାଞ୍ଛାନିଧି ଓ ପୁଣି ବୀର କିଶୋର l
ଓଜସ୍ୱିନୀ ଦେଶପ୍ରେମର ବାଣୀ କଲେ ପ୍ରଚାର ll
ରାଧାନାଥେ ଆଉ ଫକୀର କବି ମଧୁ ସୂଦନ l
ଏକୁ ଏକ ନାମ କହିଲେ ହେବ ଏକ ପୁରାଣ ll
ଫକୀର କହନ୍ତି ମୋ ମାତୃଭାଷା ମତେଟି ବଡ଼ l
ସମ୍ମାନ ସବୁରି ଭାଷାକୁ କେହି ନୁହେଁ ଟି ଜଡ଼ ll
ରଙ୍ଗାଜୀବ ଆମ ଶ୍ରୀ ଗଙ୍ଗାଧର ଅଛନ୍ତି କହି l
ମାତୃଭୂମି ମାତୃଭାଷାର ପ୍ରେମ ଯା ହୃଦେନାହିଁ ll
ଏକଥା ନିଶ୍ଚୟ ସେ ନର ହୁଏ ଅଜ୍ଞାନେ ଗଣା l
ଏଣୁ ମାତୃଭାଷା ଉନ୍ନତି କଳ୍ପେ ସାଧ ସାଧନା ll
🙏🙏🙏
ଅର୍ଜୁନୀ
———–
ମୋ -7693091971

Comments are closed.