ମଥୁରା ବିଜୟ

ଅର୍ଜୁନୀ ଚରଣ ବେହେରା

ମଥୁରା ବିଜୟ
==========
ମଥୁରା ଦାଣ୍ଡରେ ଶ୍ରୀକୃଷ୍ଣ ହଳୀ l
ତାଳି ମାରୁଛନ୍ତି ମଥୁରା ବାଳି ll
ଚକ୍ର ଗତି ତାଙ୍କ ଠାଣି ସୁଠାମ l
କଟି ତଟେ ବେଢ଼ା ବକୁଳ ଦାମ ll
ଧନ୍ୟ ଧନ୍ୟ ଆରେ କ୍ରୁର ଅକ୍ରୁର l
ଘେନି ଆସିଲୁ ତୁ ମଥୁରା ପୁର ll
ଧନ୍ୟ ଧନ୍ୟ ଆରେ ନୃଶଂସ କଂସ l
ମରାଇ ଏହାଙ୍କୁ ପାଇବୁ କିସ ll
ଏମନ୍ତ ବିଚାରୁଁ ମଥୁରା ବାଳି l
ପଥରେ ମିଳିଲା ସୁଦାମା ମାଳି ll
ବେଶ କରିଦେଲା କରି ସୁବେଶ l
ବାର ବେନି ପୁର ମୋହନ ପୁଂସ ll
ତହୁଁ ମିଳେ ଆସି କୁଜି କୁବୁଜା l
ସଳଖି ଦେଲେ ତା ଜଟିଳ ଖଞ୍ଜା ll
କୁବୁଜା କହଇ ଖଞ୍ଜ ବଚନ l
ପତ୍ନୀ କର ମୋତେ କଞ୍ଜନୟନ ll
ପୁଣି ପଥେ ଆସେ କଂସ ରଜକ l
ବସ୍ତ୍ର ଦେବୁକିରେ ଆମ୍ଭ ଲାୟକ ll
ରାଜା ଲାୟକ କି ଗଉଡ଼ ପିଲା l
ଚାପୁଡ଼େ ଖାଇଲା ଶମନେ ଗଲା ll
ଧନୁଘରେ ଶୁଭେ ଗୋଳ ପ୍ରବଳ l
ପଥ ଓଗାଳଇ ଦନ୍ତା କୁବଳ ll
ଚାପୁଡ଼ାକେ ହାତୀ ମାହୁନ୍ତ ମାରି l
ଧନୁଘରେ ବିଜେ ହଳୀ ଶ୍ରୀହରି ll
ଚାଣୁର ମୁଷ୍ଟିକ ଆସି ଦଉଡ଼ି l
ହରି ବଳୀ ତାଙ୍କୁ ଧରିଲେ ଭିଡ଼ି ll
ତାଳୁ ଫାଟି ତାଙ୍କ ଗଲା ଜୀବନ l
ରଖ ରଖ ମୋତେ ଜଗଜ୍ଜୀବନ ll
ଧନୁଘରେ ଯାଇ ହେଲେ ପ୍ରବେଶ l
ମଞ୍ଚାପରେ ବସି କଂସ ନୃଶଂସ ll
ଚର୍ମ ନେତ୍ରେ ହରି ବଳି ଦେଖିଲା l
ଚକ୍ଷୁ ବାଟେ ତାର ଜୀବନ ଗଲା ll
ଆହେ ହଳୀ କୃଷ୍ଣ ଜଗୁ ଜୀବନ l
ମିନତି ଘେନ ମୋ ଛନ୍ଦାଚରଣ ll
ଅନ୍ତରରୁ ମୋର କଂସଟା ମରୁ l
ପାରିକର ମୋତେ ଭବ ସାଗରୁ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

Comments are closed.