ମାର୍ଶାଘାଇ ଜଳ ସମ୍ପଦ ଡାକବଙ୍ଗଳାରେ ସମବାୟ ,ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ।

କେନ୍ଦ୍ରାପଡା :  ମାର୍ଶାଘାଇ ୨୩/୦୮/୨୦୨୨ ରାଜ୍ୟ ସମବାୟ ,ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାର୍ଶାଘାଇ ଜଳ ସମ୍ପଦ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷା ବୈଠକରେ କୃଷି, ଗ୍ରାମ୍ୟ ଉନ୍ନୟକ, ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ବିଭାଗ, ଜଳ ସମ୍ପଦ ବିଭାଗ ଅଧିକାରୀ ଯୋଗ ଦେଇଥିଲେ। ଅଧ୍ୟକ୍ଷା ମଧୁସ୍ମିତା ସାମଲ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ମଲ୍ଲିକ୍ , ମାର୍ଶାଘାଇ ବିଡିଓ ଉମାଶଙ୍କର ବେହେରା, ମହାକାଳପଡ଼ା ବିଡିଓ ଦେବାଶିଷ ରାଉତ, ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା, ମାର୍ଶାଘାଇ ଡିଭିଜନ ଟାଟା ପାୱାର ମ୍ୟାନେଜର ପ୍ରତାପ ଚନ୍ଦ୍ର ସ୍ୱାଇଁ, ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁ, ସହକାରୀ ଯନ୍ତ୍ରୀ ରାକେଶ ନାୟକ, ବିଜେଡି ଜିଲା କୃଷକ ସେଲ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଦାସ, ବ୍ଲକ ବିଜେଡି ସଭାପତି ସଞ୍ଜୟ କୁମାର ଲେଙ୍କା, ଗଙ୍ଗାଧର ପରିଡ଼ା, ଡ୍ରେନେଜ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବାଙ୍କବିହାରୀ ସାମଲ, ଜଳ ସମ୍ପଦ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସରୋଜକାନ୍ତ ନାୟକ, ଗ୍ରାମ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ରାଜେଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ମେଗା ଷ୍ଟିଲ ପ୍ଲାଣ୍ଟ ନିମନ୍ତେ ରାସ୍ତା ନିର୍ମାଣ, ବାଘୁଣୀ ସୁଇସ୍ ଗେଟ୍ ର ଗହଗାପାଟ ଜମିରୁ ଜଳ ନିଷ୍କାସନ ଓ ବନ୍ୟା ପରବର୍ତ୍ତୀ ସମୟରେ ରାସ୍ତାଘାଟ, ବିଦ୍ୟୁତ ପ୍ରକଳ୍ପ ପୁନରୁଦ୍ଧାର ଯୋଜନା ସହ ବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ନଳଦିଆ-ଖୁରୁସିଆ ରାସ୍ତା, ଏନଏଚ୍ କୁ ସଂଯୋଗ କରୁଥିବା ମହାନଙ୍ଗଳା ରାସ୍ତାପ୍ରକଳ୍ପ, ଆଖୁଆ-କଳପଡ଼ା ରାସ୍ତା ମରାମତି, ଓଢ଼ଙ୍ଗ ଛକ-ନରସିଂହପୁର ରାସ୍ତା, ପରକୁଳା-ପାଟକୁରା ନଦୀବନ୍ଧ ରାସ୍ତା ପ୍ରକଳ୍ପ, ଗତାନଈ-ଟିକରପଙ୍କା, ନେମ୍ୱରା ନରେନ୍ଦ୍ରପୁର, ବାଲିଆ ବିରୋସ୍ୱତୀ ରାସ୍ତା, ଜଳସମ୍ପଦ ବିଭାଗ ତିତ୍ରୋତ୍ପଳା ନଦୀର ପିକରାଳି, ମାଣ୍ଡିଆ ନାରାୟଣପୁର ଘେରିବନ୍ଧ, କରାଣ୍ଡିଆ ନଦୀର ଡିହବଳରାମପୁର, କରାଣ୍ଡିଆ ଘେରିବନ୍ଧ ମରାମତି କରିବାକୁ ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ମାର୍ଶାଘାଇ ବ୍ଲକର ବଟିରା ରାମଚନ୍ଦ୍ରପୁର ରାସ୍ତା, ନଛିପଡ଼ା ମାଣକିପୁର, ପେହେଣ୍ଟା-ପସ୍ତା, ପାଇଲୋ-ପୋତାରି ରାସ୍ତା ପ୍ରକଳ୍ପ ହାତକୁ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବନ୍ୟା ବିପନ୍ନଙ୍କୁ ସରକାରୀ ସହାୟତା ଉପରେ ମନ୍ତ୍ରୀ ଶ୍ରୀ ନାୟକ ଗୁରୁତ୍ୱ ଦେଇଥିଲେ।

Comments are closed.