ଗଡ଼ିବ ହଟିଆ-କଟକ ପରୀକ୍ଷା ବିଶେଷ ଟ୍ରେନ୍‌ ପରୀକ୍ଷାର୍ଥୀ ମାନଙ୍କ ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ।

ଭୁବନେଶ୍ୱର :  ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଇବାକୁ ନିଷ୍ପତି ନିଆଯାଇଛି । ବିଭିନ୍ନ ସହରରେ କମ୍ପୁଟରୀକୃତ (ସିବିଟି) ପରୀକ୍ଷା ହେବାକୁ ଯାଉଥିବାରୁ ଆର୍‌ଆର୍‌ବି ପରୀକ୍ଷା ପ୍ରାର୍ଥୀଙ୍କ ପାଇଁ ହଟିଆ-କଟକ ପରୀକ୍ଷା ବିଶେଷ ଟ୍ରେନ୍‌ ଚଳାଇବାକୁ ଯୋଜନା କରାଯାଇଛି । ୦୮୦୪୬/୦୮୦୪୫ ହଟିଆ-କଟକ-ହଟିଆ ପରୀକ୍ଷା ସ୍ପେଶାଲ୍‌ ହଟିଆରୁ ୨୨ ଏବଂ ୨୪ ଅଗଷ୍ଟ ଦିନ ଅପରାହ୍ନ ୪ଘ.୫୦ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା କଟକ ଠାରୁ ୨୩ ଓ ୨୫ ଅଗଷ୍ଟ ଦିନ ରାତ୍ର ୯ଘ.୪୦ମି.ରେ ଛାଡି ହଟିଆ ଯାତ୍ରା କରିବ । ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ହଟିଆ ଓ କଟକ ମଧ୍ୟରେ ରାଉରକେଲା, ଝାରସୁଗୁଡା, ସମ୍ବଲପୁର ସିଟି, ଅନୁଗୁଳ ଓ ଢେଙ୍କାନାଳ ଷ୍ଟେସନ ମାନଙ୍କରେ ରହଣି କରିବ ।

Comments are closed.