ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଆଇନଜୀବି ସାମୁଖ୍ୟ କର୍ମକର୍ତ୍ତା ଓ ସାଧାରଣ ଜନତା

ଆଜି ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଜନ୍ମଦିନରେ ଭୁବନେଶ୍ୱର ବିଜୁ ଜନତା ଦଳ ଆଇନଜୀବି ସାମୁଖ୍ୟର ସମସ୍ତ କର୍ମକର୍ତ୍ତା ଓ ଶତାଧିକ ଆଇନଜୀବି ବନ୍ଧୁମାନେ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ସୁସ୍ଥ, ଦୀର୍ଘାୟୁ ଓ ନିରାମୟ କାମନା ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏବଂ ଜନ୍ମଦିନର କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର କର୍ମୀ ଓ ଜନସାଧାରଣଙ୍କ ସହିତ ସମଗ୍ର ଭୁବନେଶ୍ୱରର ସାଧାରଣ ଜନତା ମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Comments are closed.