ନୂଆଦିଲ୍ଲୀ: ନିଟ୍ ୟୁଜି ପୁନଃ ପରୀକ୍ଷା ପୂର୍ବରୁ କେନ୍ଦ୍ରର ବଡ଼ ନିଷ୍ପତ୍ତି। ଅସ୍ଥାୟୀ ଭାବେ ଭାରତରେ ବନ୍ଦ ହେବ ପ୍ରମୁଖ ସୋସିଆଲ୍ ମିଡ଼ିଆ ‘ଟେଲିଗ୍ରାମ୍ ‘ । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା । ଆସନ୍ତା ୨୧ ତାରିଖରେ ନିଟ୍ ୟୁଜି-୨୦୨୬ ପୁନଃପରୀକ୍ଷା ଆୟୋଜିତ ହେବ । ଏହା ପୂର୍ବରୁ ଏହି କଟକଣା ଜାରି ହୋଇଛି ।
ଅପରପକ୍ଷରେ ଗୁଜବକୁ ବିଶ୍ୱାସ ନକରିବାକୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି NTA ଆଡଭାଇଜରୀ ଜାରି କରିଛି। କେହି ପ୍ରଶ୍ନପତ୍ର ଅଫର୍ ଦେଲେ ସୂଚନା ଦେବାକୁ ଅନୁରୋଧ କରାଯାଇଛି । ନିଟ୍ ୟୁଜି-୨୦୨୬ ପୁନଃପରୀକ୍ଷା ପୂର୍ବରୁ ଏହି ଆଡଭାଇଜରୀ ଜାରି ହୋଇଛି ।
ରିପୋର୍ଟ ପରେ ତୁରନ୍ତ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ପରୀକ୍ଷା ପୂର୍ବରୁ କାହା ପାଖରେ ପ୍ରଶ୍ନପତ୍ର ନାହିଁ। ନକଲି ୱେବସାଇଟ୍ ମାଧ୍ୟମରେ ପରୀକ୍ଷାର୍ଥୀଙ୍କୁ ଠକିବାକୁ ଚକ୍ରାନ୍ତ ହେଉଛି। ଓଡ଼ିଶାର ୨୭ଟି ସହରର ୧୩୨ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୬ ହଜାର ୯୮୩ ଜଣ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିବେ।
Comments are closed.