ବୌଦ୍ଧ: ମହାନଦୀର ମର୍ଜାକୁଦ ସେତୁ ତଳେ ମଙ୍ଗଳବାର ଏକ ମୃତଦେହ ପଡ଼ିଥିବା ଦେଖାଯାଇଛି। ସକାଳୁ ସକାଳୁ ସେତୁ ଉପରେ କିଛି ଲୋକ ମର୍ଣ୍ଣିଂ ଓ୍ବାକ୍ କରୁଥିବା ବେଳେ ମୃତଦେହଟି ପଡ଼ିଥିବାର ଦେଖି ବୌଦ୍ଧ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ସଂପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ। ତେବେ ମୃତଦେହଟି ନଦୀରେ ଭାସି ଆସି ବାଲିରେ ଲାଗିଥିବା ସନ୍ଦେହ କରାଯାଉଛି।
Sign in
Sign in
Recover your password.
A password will be e-mailed to you.
Comments are closed.