ମହାମହିମ ରାଷ୍ଟ୍ରପ୍ରତିଙ୍କ ଗସ୍ତ ନେଇ ମୟୂରଭଂଜ ଚଳଚଂଚଳ, ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ତାରିଖ ଦିନ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ପାଇଁ ସେ ୨୮ ଫେବ୍ରୁଆରିରେ ନୂଆଦିଲ୍ଲୀରୁ ଏକ ସତନ୍ତ୍ର ବିମାନ ଯୋଗେ ଝାଡଖଣ୍ଡର ରାଂଚିସ୍ଥିତ ବିର୍ସା ମୁଣ୍ଡା ବିମାନବନ୍ଦରରେ ପହଂଚିବା ପରେ ସେଠାରେ ବିଶ୍ୱବିଦ୍ୟାଳୟରର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଠାରୁ ସେ ଅପରାହ୍ନ ୩.୫୦ରେ ବାୟୁସେନାର ସତନ୍ତ୍ର ହେଲିକପ୍ଟର ଯୋଗେ ଯାଇ ଅପରାହ୍ନ ୪.୪୫ ରେ ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ଅବତରଣ କରିବା ପରେ ୦୫.୧୫ ରେ ରାଇରଙ୍ଗପୁର ନିକଟସ୍ଥ ମହୁଲଡ଼ିହା କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମିତ ସତନ୍ତ୍ର ହୋଲିଡେ ହୋମ୍‌ର ଶିଳାନ୍ୟାସ କରିବେ। ସେହି ସ୍ଥାନରୁ ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ବାଇପାସ୍ ରାସ୍ତା, କଣ୍ଟାବଣୀ ଗ୍ରାମ ନିକଟରେ ଉପଖଣ୍ଡରେ କ୍ରୀଡାର ଭିର୍ତିଭୂମିର ବିକାଶ ପାଇଁ ସ୍ପୋର୍ଟସ କମ୍ପଲେକ୍ସ ଓ ଏସଟି ଏସ୍ସି ରିସର୍ଚ୍ଚ ସେନ୍ଟର୍ (ଆଦିବାସୀ ସଂଗ୍ରହାଳୟ) ନିର୍ମାଣ ନିମନ୍ତେ ଅଭାଷୀ ମାଧ୍ୟମରେ ଶିଳାନ୍ୟାସ କରିବେ, ତାସହିତ ବଡସାହିସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ ମଧ୍ୟ ଆଭାଷୀ ମାଧ୍ୟମରେ କରିବେ ବୋଲି ସୂଚନା ମିଳିଛି। ପରେ ସନ୍ଧ୍ୟା ୬ ଘଟିକାରେ ନିଜ ବାସସ୍ଥାନକୁ ଯିବେ। ସେଠାରେ ୬.୩୦ରୁ ୭ ଟା ପର୍ଯ୍ୟନ୍ତ କିଛି ବ୍ୟକ୍ତିବିଶେଷଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସାକ୍ଷାତ କାର୍ଯ୍ୟକ୍ରମ ପରେ ସେଠାରେ ନିଜ ପରିବାର ସହିତ ରାତ୍ର ଭଜନ କରିବା ପରେ ରାତ୍ରୀଯାପନ କରିବେ ।

ପରଦିନ ଅର୍ଥାତ୍ ୨୯ ଫେବ୍ରୁଆରି ସକାଳ ୮.୩୦ ରେ ନିଜ ବାସଭବନରୁ ବାହାରି ୮.୪୦ ରେ ଦାଣ୍ଡବୋଷ ଏୟାଷ୍ଟ୍ରିପରେ ପହଂଚି ୮.୫୦ ରେ ଖିଚିଂ ଅଭିମୁଖେ ଯାତ୍ରା କରିବେ। ୯.୫୦ରେ ଶୃକୁଳୀ ପାଣ୍ଡରଶିଳା ଫୁଟବଲ୍ ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବା ପରେ ୯.୨୫ ରେ ମନ୍ଦିର ଅଭିମୂଖେ ଯାତ୍ରା କରିବେ। ୯.୩୫ ରେ ମୟୂରଭଂଜ  ଜିଲ୍ଲାର ଖିଚିଂଠାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀଙ୍କ ମନ୍ଦିରରେ ପହଂଚି ପୂଜା ଆରୋଧନା କରିବେ। ମନ୍ଦିର ପରିଦର୍ଶନ ଓ ଆରତୀ ପରେ ୧୦.୧୫ ରେ ପୁଣି ଅସ୍ଥାୟୀ ହେଲିପ୍ୟାଡକୁ ଯାଇ ୧୦.୩୫ ରେ କେନ୍ଦୁଝର ଅଭିମୂଖେ ଯାତ୍ରା କରି ୧୧.୨୫ ରେ ଗୋନାସିକା ବାଳକ ଉଚ୍ଚ ବିଦ୍ୟାଳୟ ପଡିଆରେ ଅବତରଣ କରିବା ପରେ କେନ୍ଦୁଝରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ଜନ୍ମମାଟି ଓ କର୍ମଭୂମିକୁ ତାଙ୍କର ତୃତୀୟଥର ଗସ୍ତ ହେବ । ଏହି ଗସ୍ତ ସମୟରେ ବହୁ ପ୍ରତିକ୍ଷିତ ବାଦାମପାହାଡ-କେନ୍ଦୁଝର ଏବଂ ଗୋରୁମହିଷାଣୀ-ବାଙ୍ଗିରୀପୋଷି ନୂତନ ରେଳପଥର ସମ୍ପ୍ରସାରଣର ପାଇଁ ଉପଖଣ୍ଡ ବାସୀ ଆଶା କରିଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ ମୟୂରଭଂଜ ଓ କେନ୍ଦୁଝରବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ମୟୂରଭଂଜ ଓ କେନ୍ଦୁଝର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି

Comments are closed.