ମା’

ଅମରନାଥ ବାରିକ୍

ମା’

ମା ଠାରୁ ବଡ଼ ନାହିଁ ଏ ଜଗତେ
ମା ଶବ୍ଦ ଅଟେ ମିଠା
ମା ର ମମତା ମା ସ୍ନେହ ଶ୍ରଦ୍ଧା
ମଧୁର ତା ହାତ ପିଠା ।

ମା ଋଣ କେବେ ସୁଝି ହୁଏ ନାହିଁ
ନେଲେବି ଶହେ ଜନମ
ଯେତେ ଜନ୍ମ ନେବୁ ସେତେ ରୁଣୀ ହେବୁ
ମା ତ ଅମୂଲ୍ୟ ବ୍ରହ୍ମ ।

ଜନନୀ ଜଠ ରେ ରହି ଦଶ ମାସ
ଦଶ ଦିନରେ ଜନମ
ମଳ ମୂତ୍ର ବେଢ଼ି ଘାଣ୍ଟି ଚକଟିକି
ହୋଇଥିଲୁ ସରୀ ସମ ।

ଯେତେବେଳେ ମାତୃ ଗର୍ଭରେ ରହିଲୁ
ଲେଖା ତୋ ଜାତକ ଭାଗ୍ୟ
କି କର୍ମ କରିବୁ ଜୀବନ ବାଟ ରେ
ରୋଗୀ କି ହେବୁ ବୈରାଗ୍ୟ ।

କଲେ ଭଲ କର୍ମ ହେବ ତୋର ଧର୍ମ
ନ ରହିବ ତୋର ମର୍ମ
ମିଳିବ ବୈକୁଣ୍ଠ ସର୍ବ ସୁଖ ତତେ
ଯଦି ନ କଲୁ ଅଧର୍ମ।

ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧
ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)

Comments are closed.