କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

0

ପଟ୍ଟାମୁଣ୍ଡାଇ ୭/୧୧:କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ନୋଡାଲ ଉ:ପ୍ରା ବିଦ୍ୟାଳୟ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭର୍ଚୁଆଲ ମୋଡ଼ ମାଧ୍ୟମରେ ବିଦ୍ୟାଳୟ ମାନଙ୍କର ଶିଳାନ୍ୟାସ କରିଛନ୍ତି। ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ ଅତ୍ୟାଧୁନିକ ଓ ଗୁଣାତ୍ମକ ପ୍ରାଥମିକ ଶିକ୍ଷାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ରାଜ୍ୟବ୍ୟାପୀ ଶୁଭାରମ୍ଭ କରାଯାଇଛି।

ତୃତୀୟ ପର୍ଯ୍ୟାୟରେ ୬୩୦ଗୋଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ଏହିକ୍ରମରେ ନରସିଂହପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଧାଂଶୁବାଳା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଗ୍ରାମପଂଚାୟତ ସରପଞ୍ଚ ଶ୍ରୀମତୀ ଦିପ୍ତିମୟୀ ପରିଡା ଉଦଘାଟକ ଭାବେ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷାଧିକାରୀ ଙ୍କ ତରଫରୁ ମଣ୍ଡଳ ସାଧନ ସଂଯୋଜିକା ଶ୍ରୀମତୀ ସୁନୀତି ଦାସ ମୁଖ୍ୟ ଅତିଥି, ପଂଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ସ୍ୱାଇଁ ମୁଖ୍ୟ ବକ୍ତା, ସମିତି ସଭ୍ୟା ରାଜଲକ୍ଷ୍ମୀ ବେହେରା, ନୋଡାଲ ସିଆରସିସି ସଂଘମିତ୍ରା ନାୟକ, ନାଏବ ସରପଞ୍ଚ ପ୍ରଣତି ମଳିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଖୁଲଣା ସେଠି, ଅଡ଼ାଖଣ୍ଡ ମଠସାହି ଉନ୍ନୀତ ଉ ପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିବେଦିତା ଦାସ ଓ ନରସିଂହପୁର ଉ ପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ ମୁଦୁଲି ଆଦି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ପୂର୍ବତନ ସିଆରସିସି ସଞ୍ଜୟ କୁମାର ସାହୁ ଙ୍କ ସଂଯୋଜନା ରେ ଆୟୋଜିତ ଏହି ସଭାରେ ସିଆରସିସି ନୀଳମଣି ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ସରପଞ୍ଚ ଶ୍ରୀମତୀ ପରିଡା ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ରୂପରେଖ ସମ୍ବନ୍ଧରେ ଆଲୋକପାତ କରିଥିଲେ। ନିକଟସ୍ଥ ବିଦ୍ୟାଳୟ ଗୁଡିକର ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟି ର ସଦସ୍ୟ, ଅଭିଭାବକ ସାମ୍ବାଦିକ ବନ୍ଧୁ ତଥା ଅନେକ ପୁରାତନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ପୁରାତନ ଛାତ୍ର ଅମିନ କୁମାର ମଳିକ, ନିକଟସ୍ଥ ବିଦ୍ୟାଳୟ ର ଶିକ୍ଷକ ଅଶୋକ କୁମାର ନାଥ, ଦେବାଶିଷ ବେହେରା, ଅଜୟ କୁମାର ଦାସ, ଅଜିତ କୁମାର ପାତ୍ର, ଜଗନ୍ନାଥ ନାୟକ, ସଞ୍ଜୟ କୁମାର ସାମଲ ତଥା ଏହି ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ସଞ୍ଜୟ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Leave A Reply

Your email address will not be published.