କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ନୋଡାଲ ହାଇସ୍କୁଲ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

0

ପଟ୍ଟାମୁଣ୍ଡାଇ ୭/୧୧:  କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ନୋଡାଲ ହାଇସ୍କୁଲ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭର୍ଚୁଆଲ ମୋଡ଼ ମାଧ୍ୟମରେ ବିଦ୍ୟାଳୟ ମାନଙ୍କର ଶିଳାନ୍ୟାସ କରିଛନ୍ତି। ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ ଅତ୍ୟାଧୁନିକ ଓ ଗୁଣାତ୍ମକ ପ୍ରାଥମିକ ଶିକ୍ଷାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ରାଜ୍ୟବ୍ୟାପୀ ଶୁଭାରମ୍ଭ କରାଯାଇଛି। ତୃତୀୟ ପର୍ଯ୍ୟାୟରେ ୬୩୦ଗୋଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ଏହିକ୍ରମରେ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୂଖ୍ୟ ଅତିଥିଭାବେ ଯୋଗଦେଇ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ପ୍ରଧାନ ଶିକ୍ଷୟିତ୍ରୀ ବିଦୁଲତା ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ ଶିଳାନ୍ୟାସ ସଭାରେ ମୂଖ୍ୟ ଵକ୍ତାଭାଵେ ପୂର୍ବତନ ପ୍ରଧାନ ଶିକ୍ଷକ ଶତୃଘ୍ନ ସାହୁ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ପ୍ରିୟଦର୍ଶିନୀ ତରାଇ,ସରପଞ୍ଚ ଅଜିତ୍ କୁମାର ନାୟକ, ସଭ୍ୟା କୁନି ସିଂ,ବ୍ଲକ ଶିକ୍ଷାଧିକାରୀ ଅଜିତ୍ କୁମାର ବାରିକ, ପୂର୍ବତନ ଵିଆରସିସି ପ୍ରେମଵାଳା ବାରିକ, ସିଆରସିସି ନମିତା ସାହୁ,ଏସଏମ୍ ସି ଅଧ୍ୟକ୍ଷ ସୋମେନ୍ଦ୍ର ନାୟକ,ପିଏସଏସସି ଅଧ୍ୟକ୍ଷ ସଂଜିତ ଜେନା, ପୂର୍ବତନ ସରପଂଚ ବସନ୍ତ ସାହୁ, ପୂର୍ବତନ ସମିତି ସଭ୍ୟ ଅଭୟ ଜେନା,ପଞ୍ଚସଖା ସଂଗଠନ ସଭ୍ୟ ଚନ୍ଦ୍ରଶେଖର ବେହେରା,ଗଗନ ବିହାରୀ ନାୟକ, ପ୍ରମୁଖ ଯୋଗଦେଇ ସରକାରଙ୍କ ଏହି ଯୋଜନାରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ନିଜ ଅଂଚଳରେ ଉନ୍ନତ ଗୁଣାତ୍ମକ ଶିକ୍ଷା ପାଇବାର ସୁଯୋଗ ଲାଭ କରିବେ ।ଶିକ୍ଷକ ଦିବାକର ଦାସ ସଂଯୋଜନା କରିଥିବା ବେଳେ କୈଳାସ ଚନ୍ଦ୍ର ବେହେରା ସ୍ଵାଗତ ଭାଷଣ ଦେଇଥିଲେ।ରଶ୍ମି ରେଖା ନାଥ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବର୍ଷା ପ୍ରିୟଦର୍ଶିନୀ ସାହୁ, ପଵନ କୁମାର ମଲ୍ଲିକ, କାହ୍ନୁଚରଣ ନାୟକଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.