କୋଲକାତା ଆନ୍ତର୍ଜାତୀୟ ପୁସ୍ତକମେଳାରେ କେନ୍ଦ୍ର ସାହିତ୍ୟ ଏକାଡେମୀର ବହୁଭାଷୀ କବି ସମ୍ମେଳନ

ଓଡ଼ିଆ ଭାଷାରୁ ପ୍ରତିନିଧିତ୍ଵ କରିବେ ବାଲେଶ୍ଵରର କବି କୃଷ୍ଣ କୁମାର ମହାନ୍ତି

ବାଲେଶ୍ଵର, ୨୧/୧:କୋଲକାତା ଆନ୍ତର୍ଜାତୀୟ ପୁସ୍ତକମେଳାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆସନ୍ତା ୨୫ ତାରିଖ ଦିନ ଆୟୋଜନ କରୁଛି ବହୁଭାଷୀ କବି ସମ୍ମେଳନ। ଏହି କବି ସମ୍ମେଳନରେ ଭାରତର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ଭାଷାର କବିଗଣ ଯୋଗ ଦେଇ କବିତା ପାଠ କରିବେ। ଓଡ଼ିଆ ଭାଷାରୁ ବାଲେଶ୍ଵରର କବି କୃଷ୍ଣ କୁମାର ମହାନ୍ତି ଏହି ବହୁଭାଷୀ କବି ସମ୍ମେଳନରେ ଯୋଗ ଦେବାକୁ ଆମନ୍ତ୍ରିତ ହୋଇଛନ୍ତି। ଓଡ଼ିଆ ଭିନ୍ନ ବଙ୍ଗଳା, ଇଂରାଜୀ, ଅହମୀୟ, ଭୋଜପୁରୀ, ମୈଥିଳୀ, ହିନ୍ଦୀ, ଉର୍ଦ୍ଦୁ, ସାନ୍ତାଳୀ, ପଞ୍ଜାବୀ, ନେପାଳୀ ପ୍ରଭୃତି ଭାଷାର କବିମାନେ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଶ୍ରୀ ମହାନ୍ତି ଏଥିପୂର୍ବରୁ ଅକାଦେମିର ଟ୍ରାଭେଲ୍ ଗ୍ରାଣ୍ଟ୍, ସେମିନାର ଆଦିରେ ଭାଗ ନେଇଛନ୍ତି। ତାଙ୍କର କବିତା ଅନୂଦିତ ହୋଇ ଅକାଦେମିର ପତ୍ରିକାରେ ମଧ୍ୟ ପ୍ରକାଶିତ ହୋଇଛି। ସେ ଓଡ଼ିଆ ଭାଷାରେ ଦୀର୍ଘ ଚାରି ଦଶନ୍ଧି ଧରି କବିତା ଓ ଗଳ୍ପ ରଚନା କରି ସୁନାମ ଅର୍ଜନ କରିଛନ୍ତି। ‘ଶ୍ୟାମଳୀ ଦାସ’ ଓ ‘ରୁବି ରାଏ’ ନାମରେ ତାଙ୍କର ଦୁଇଟି ବହି ପ୍ରକାଶିତ ହୋଇ ବେଶ୍ ଚର୍ଚ୍ଚାରେ ଥିବା ବେଳେ ଶ୍ରୀମହାନ୍ତି ବର୍ତ୍ତମାନ ‘ରେବତୀ’ ନାମକ ଏକ ପତ୍ରିକାର ସମ୍ପାଦନା ବିଭାଗର ଦାୟିତ୍ଵରେ ଅଛନ୍ତି।

Comments are closed.