ଗଜପତି,୧୬.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ପଶ୍ଚିମବଙ୍ଗର ମେଦିନାପୁରସ୍ଥିତ ଅରବିନ୍ଦ ଷ୍ଟାଡିୟମ୍ଠାରେ ୯ମ ଜାତୀୟ ମାଷ୍ଟର ଆଥଲେଟିକ୍ସ ଚାମ୍ପିୟନସିପ୍ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୯୭୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ଏଥିରେ ଓଡ଼ିଶାର ୧୭ ଜଣ ଖେଳାଳି ଯୋଗଦେଇ ମୋଟ ୨୯ ଗୋଟି ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ମଧ୍ୟରେ ଗଜପତି ଜିଲ୍ଲାର ଆନ୍ତର୍ଜାତୀୟ ମାଷ୍ଟର କ୍ରୀଡ଼ାବିତ୍ ଶ୍ରୀ କିଶୋର ଚନ୍ଦ୍ର ରଥ ତିନୋଟି କାଂସ୍ୟ ପଦକ ହାସଲ କରି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି।ଶ୍ରୀ ରଥ ୨୦୦ ମିଟର ଦୌଡ଼, ଲଙ୍ଗଜମ୍ପ ଏବଂ ଟ୍ରିପଲ୍ ଜମ୍ପ ଇଭେଣ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରତ୍ୟେକ ବିଭାଗରେ ଗୋଟିଏ ଲେଖାଏଁ କାଂସ୍ୟ ପଦକ ଜିତିଛନ୍ତି। ଏହିପରି ସେ ମୋଟ ତିନୋଟି ପଦକ ଅର୍ଜନ କରି ଗଜପତି ଜିଲ୍ଲାକୁ ଜାତୀୟ କ୍ରୀଡ଼ା ମାନଚିତ୍ରରେ ଗୌରବାନ୍ୱିତ କରିଛନ୍ତି।ତାଙ୍କର ଏହି ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ଲକ୍ଷ୍ମୀନୃସିଂହ ରଥ, ଦେବେନ୍ଦ୍ର ଦାସ, ନୃସିଂହ ଚରଣ ପଟ୍ଟନାୟକ, ବାବୁ ପାତ୍ର, ଟୁକୁନା ଦାସ, ବାବୁଲି ପାତ୍ର, ବାଲାଜୀ କରାଡ, ଟୁକୁନା ବେହେରା, ବାବୁଲି ରାଜଗୁରୁ ଓ ସୁଧୀ ପାଣିଗ୍ରାହୀ ପ୍ରମୁଖ ଶ୍ରୀ ରଥଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ କ୍ରୀଡ଼ା ଭବିଷ୍ୟତ କାମନା କରିଛନ୍ତି।
ଗଜପତି ଜିଲ୍ଲା ପାଇଁ ଏହି ସଫଳତା ଗର୍ବ ଓ ଗୌରବର ବିଷୟ।
Sign in
Sign in
Recover your password.
A password will be e-mailed to you.