କ୍ରିଡା ପ୍ରତିଯୋଗିତାରେ ଛାତ୍ରଙ୍କ ଗୋଡ ଭାଙ୍ଗିଲା ।

ସୁବର୍ଣ୍ଣପୁର: (ବିବି ନିୟୁଜ ବ୍ୟୁରୋ) ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ କ୍ରୀଡାରେ ଅଘଟଣ । ଲମ୍ବ ଡିଆଁ ବେଳେ ଭାଙ୍ଗିଲା ଛାତ୍ରଙ୍କ ଗୋଡ । ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର । ଆହତ ଛାତ୍ର ଚାରଭଟା ଆଶ୍ରମ ବିଦ୍ୟାଳୟର +୨ ଛାତ୍ର ହରିଶ ଧରୁଆ । ଆଜି ତରଭା ବ୍ଲକ ଦୁବୁଲା ଖେଳ ପଡିଆରେ ବ୍ଲକ ସ୍ତରୀୟ କ୍ରୀଡା ଚାଲିଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟର ଛ‍ତ୍ରଛାତ୍ରୀ ଭାଗ ନେଇଥିଲେ । ତେବେ ଲମ୍ବ ଡିଆଁ ବିଭାଗରେ ଭାଗ ନେଇଥିବା ଚାରଭଟା ଆଶ୍ରମ ବିଦ୍ୟାଳୟର +୨ ଛାତ୍ର ହରିଶ ଧରୁଆଙ୍କ ଗୋଡ ଖସି ଯିବାରୁ ସେ ଟ୍ରାକ ରୁ ବାହାରେ ପଡିଯାଇଥିଲେ । ଫଳରେ ତାଙ୍କ ଗୋଟିଏ ଗୋଡ ଭାଙ୍ଗି ଯାଇଥିବା ଜଣା ପଡିଛି । ଗୁରତର ଅବସ୍ଥାରେ ତାଙ୍କୁ ପ୍ରଥମେ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ବଲାଙ୍ଗିର ଭିମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଛନ୍ତି।

Comments are closed.