କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସମ୍ବର୍ଦ୍ଧନା ମହୋତ୍ସବ।

କେନ୍ଦୁଝର : ୨୮/୮  ଜିଲ୍ଲା ସଂସ୍କୃତି ଭବନରେ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସଭାପତି ପ୍ରଦୀପ କୁମାର ବାରିକ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଉତ୍କଳ ଯାଦବ ମହାସଭା ସଭାପତି ଆଶୀର୍ବାଦ ବେହେରା ଉତ୍ସବକୁ ଉଦଘାଟନ କରିଥିଲେ ।ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି, ବରିଷ୍ଟ ସାମ୍ବାଦିକ ରବି ଦାସ ମୁଖ୍ୟ ବକ୍ତା ଏବଂ ପ୍ରାକ୍ତନ ରାଜ୍ୟ ସଭା ସଦସ୍ୟ ରାହାସ ବିହାରୀ ଦାସ, ସର୍ବ ଭାରତୀୟ ଯୁବ ଯାଦବ ସଭାପତି ପ୍ରଦୀପ କୁମାର ବେହେରା, ରାଜ୍ୟ ସମ୍ପାଦକ ପ୍ରଦୀପ ବେହେରା ଓ ମିତ୍ରଭାନୁ ମହାକୁଡ ସମ୍ମାନନୀୟ ଅତିଥି ରୂପେ ଯୋଗଦାନ କରି ଥିଲେ ।ଜିଲ୍ଲା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ରୋହିତ କୁମାର ବେହେରା ସଭା ପରିଚାଳନା କରିଥିଲେ । ଉପଦେଷ୍ଟା ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନଗର ସଭାପତି ବାବି ଦାସ, ସଦର ବ୍ଲକ ସଭାପତି ଜିତେନ୍ଦ୍ର ବେହେରା,
ଜିଲ୍ଲା ଯୁବ ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ପପୁ ଯାଦବ, ନଗର ସମ୍ପାଦକ ସଞ୍ଜୁ ଦାସ , ଜିଲ୍ଲା ସଂଯୋଜକ ଶଶିକାନ୍ତ ଦାସ, ଉପଦେଷ୍ଟା କ୍ଷେତ୍ରବାସୀ ମହାକୁଡ, ପୁରୁଷୋତ୍ତମ ଦାସ ,ଯୋଡ଼ା ବ୍ଲକ ସଭାପତି ଦଶରଥ ବାରିକ,ଯୋଡ଼ା ନଗର ସଭାପତି ସୁଶାନ୍ତ ବାରିକ, ଜିଲ୍ଲା ଉପସଭାପତି ବିଶ୍ଵନାଥ ବାରିକ, ଅଡିଟର ଗୋବିନ୍ଦ ପଲେଇ, ଟୀକୁ ପ୍ରଧାନ ଓ ରମେଶ ନାହାକ ପ୍ରମୁଖଙ୍କ ସହଯୋଗରେ ମହୋତ୍ସବ ମହାସମାରୋହରେ ପାଳିତ ହୋଇଥିଲା ।

Comments are closed.