କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଡିଏମ୍ଓ କିଶୋର ପୃଷ୍ଟି ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେବା ପରେ ଡାକ୍ତର ପୃଷ୍ଟି ପ୍ରତିକ୍ରିୟା ଦେଇ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏହା ସହିତ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ମୋଟ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ତେବେ ଏହା ପଛରେ ଡାକ୍ତରଙ୍କ ଅବହେଳା ଅଭିଯୋଗକୁ ସେ ସ୍ୱୀକାର କରି ନାହାନ୍ତି। ଏନେଇ ତଦନ୍ତ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ଅଭିଭାବକ ଓ ସଂପର୍କୀୟ। ପ୍ରିୟଙ୍କ ମୁଦୁଲି ନାମକ ଜଣେ ମହିଳା କହିଛନ୍ତି, ମୋ ପୁତୁରାକୁ ଗୁରୁତର ଅବସ୍ଥାରେ ଗତକାଲି ରାତି ୯ଟାରେ ଏଠାରେ ଆଡମିଟ କରାଯାଇଥିଲା। ତାକୁ ଆଇସିୟୁରେ ରଖାଯାଇଥିଲା। କିନ୍ତୁ ରାତି ସାରା ତା’ ଅବସ୍ଥା କେମିତି ଥିଲା, ସେ ନେଇ କିଛି ସୂଚନା ଦେଇ ନଥିଲେ ସେଠାରେ ମୁତୟନ ହୋଇଥିବା ମେଡିକାଲ କର୍ମଚାରୀ। ଆମେ ଛୁଆକୁ ଆଡମିଟ କଲା ପରଠୁ ଡାକ୍ତର ନଥିଲେ। ଆଜି ଦିନ ୧୨ଟା ବେଳେ ଅନ୍ୟପକ୍ଷରେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ଅଭିଭାବକ ଓ ସଂପର୍କୀୟ। ପ୍ରିୟଙ୍କ ମୁଦୁଲି ନାମକ ଜଣେ ମହିଳା କହିଛନ୍ତି, ମୋ ପୁତୁରାକୁ ଗୁରୁତର ଅବସ୍ଥାରେ ଗତକାଲି ରାତି ୯ଟାରେ ଏଠାରେ ଆଡମିଟ କରାଯାଇଥିଲା। ତାକୁ ଆଇସିୟୁରେ ରଖାଯାଇଥିଲା। କିନ୍ତୁ ରାତି ସାରା ତା’ ଅବସ୍ଥା କେମିତି ଥିଲା, ସେ ନେଇ କିଛି ସୂଚନା ଦେଇ ନଥିଲେ ସେଠାରେ ମୁତୟନ ହୋଇଥିବା ମେଡିକାଲ କର୍ମଚାରୀ। ଆମେ ଛୁଆକୁ ଆଡମିଟ କଲା ପରଠୁ ଡାକ୍ତର ନଥିଲେ। ଆଜି ଦିନ ୧୨ଟା ବେଳେ ଡାକ୍ତର ଆସିଲେ। ତା’ ପରେ କହିଲେ ତୁମ ଛୁଆ ଆଉ ନାହିଁ। ଯଦି ଆମ ଛୁଆର ଅବସ୍ଥା ସଙ୍କଟାପନ୍ନ ଥିଲା ଓ ଆପଣଙ୍କ ପାଖରେ ବ୍ୟବସ୍ଥା ନଥିଲା, ତା’ହେଲେ କାହିଁକି ତାକୁ କଟକ ରେଫର କଲେ ନାହିଁ। ଆମେ ତାକୁ କଟକ ନେଇ ଯାଇଥା’ନ୍ତୁ। ଡାକ୍ତରଙ୍କ ଅବହେଳା ଯୋଗୁ ଆମ ଛୁଆର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅତିରିକ୍ତ ଏସପି ଓ ଉପଜିଲ୍ଲାପାଳ ପହଞ୍ଚିଛନ୍ତି। ଏହା ସହିତ ପୁଲିସ୍ ଫୋର୍ସକୁ ମୁତୟନ କରାଯାଇଛି। ଗତ ୨୪ ଘଣ୍ଟାରେ ଯେଉଁମାନଙ୍କ ଶିଶୁଙ୍କ ମୃତ୍ୟୁ ଘଟିଛି ଅତିରିକ୍ତ ଏସପି ଓ ଉପଜିଲ୍ଲାପାଳ ସେମାନଙ୍କ ସହିତ ଆଲୋଚନା କରୁଛନ୍ତି। ଅନ୍ୟପକ୍ଷରେ କାହିଁକି ଏତେ ସଂଖ୍ୟକ ପିଲାଙ୍କର ଗତ ୧୮ ଦିନରେ ମୃତ୍ୟୁ ଘଟିଛି, ସେନେଇ ଗଣମାଧ୍ୟମ ସମୁଖରେ କିଛି ନିର୍ଦ୍ଦିଷ୍ଟ କାରଣ କହିନାହାନ୍ତି ଏଡିଏମ୍ଓ କିଶୋର ପୃଷ୍ଟି।
Sign in
Sign in
Recover your password.
A password will be e-mailed to you.
Comments are closed.