କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ତିନିମୁହାଣୀ ସ୍ଥିତ ଶ୍ରୀ ରାମମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ଆଇନୀଜୀବୀ କୁଳମଣି ଦାସଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ସାରା ଜିଲ୍ଲାରେ ଜାତିଭିତ୍ତିକ ଜନଗଣନା ଚାଲୁ ଥିବା କାର୍ଯ୍ୟକ୍ରମକୁ ସମୀକ୍ଷା କରିବା ପାଇଁ ଜିଲ୍ଲା ପ୍ରଭାରୀ ଗୀତାଞ୍ଜଳି ଦାସ ମୁଖ୍ୟ ଅତିଥିରୂପେ ଯୋଗ ଦେଇଥିଲେ l ସଂମ୍ମାନିତ ଅତିଥିଭାବେ ପ୍ରଫୁଲ୍ଲ ଦାସ,ଅନ୍ୟତମ ପ୍ରଭାରୀ ମିତ୍ରଭାନୁ ମହାକୁଡ଼, କାର୍ଯ୍ୟକାରୀ ସଭାପତି ବିଜୟ ପରିଡା ସାଧାରଣ ସମ୍ପାଦକ ପ୍ରଭାକର ପଲlଇ,ଉପସଭାପତି ଚିନ୍ମୟ ଦାସ, ମନୋଜ କୁମାର ପରିଡା, ଧୀରେନ୍ଦ୍ର ପୁଷ୍ଟି ପ୍ରମୁଖ ଉପସ୍ଥିତ ହୋଇ ଆଗାମୀ ଦିନରେ ସଂଗଠନ କିଭଳି ସୁଦୃଢ ହେବ ସେଥିପାଇଁ ପଞ୍ଚାୟତ ଓ ବ୍ଲକ ସ୍ତରୀୟ ନୂତନ କମିଟି ଗଠନ କରାଯିବ l ଏହି ସଭାରେ ଉପସଭାପତି ଭାବେ ପ୍ରଫେସର ବୃନ୍ଦାବନ ଦାସ,ନିରଞ୍ଜନ ଦାସ, ପ୍ରମୋଦ ଦାସ, ବିସିକେଶନ ଦାସ,ଶେଖର ବାରିକ, ଅଶୋକ ବଳ, ଇଂ ପଞ୍ଚାନନ ଦାସଙ୍କୁ ନିର୍ବାଚିତ କରାଯାଇଛି l ବୈଠକରେ ରବୀନ୍ଦ୍ର ପରିଡା ରାଜ୍ୟ କାର୍ଯ୍ୟ କାରିଣୀସଭ୍ୟା ସୁଜାତା ବାରିକ, ସରୋଜିନୀ ଦାସ, ଗୋଲଖ ମହାଭୋଇ, ମଧୁସୂଦନ ବେହେରା, ରମେଶ ଚନ୍ଦ ବାରିକ, ଛବି ପ୍ରସାଦ ମହାକୁଡୁ,ଧିରେନ ଦାସ, ଶ୍ରୀନିବାସ ପ୍ରଧାନ, ଅଜୟ ଦାସ, ସମ୍ପାଦକ ବୀରେନ୍ଦ୍ର ଦାସ ,ଆଜିର କାର୍ଯ୍ୟକ୍ରମରେ ରାଜାଦାସ, ଅଭୟ ପରିଡା ପ୍ରଭାତ ଦାସ, ଯୁଗଳ ଦାସ ମିନତୀ ଦାସ, ସୁଶାନ୍ତ ପଲlଇ, ଗଜେନ୍ଦ୍ର ଦାସଙ୍କ ସମେତ ୫ ଶହରୁ ଅଧିକ ଯାଦବ ଭାଇ ଭଉଣୀମlନେ ଯୋଗ ଦେଇଥିଲେ l ଶେଷରେ ଚୌଧୁରୀ ସଚ୍ଚିକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Comments are closed.