ନୟାଗଡ଼ (୫ /୬): ପ୍ରତିବର୍ଷ ଭଳି ଚଳିତ ବର୍ଷ ବନ ବିଶ୍ରାମାଗାର ସଭାଗୃହ ନୟାଗଡ଼ ଠାରେ ବନଖଣ୍ଡ ଅଧିକାରୀ ନୟାଗଡ଼ ଦେବାର୍ଚ୍ଚନ ବେହେରାଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରା ସମ୍ମାନିତ ଅତିଥି ରୂପେ ଆସନ ଅଳଂକୃତ କରିଥିଲେ।ଏଥିରେ ୮ ଟି ବ୍ଳକରୁ ସମସ୍ତ ଏ ସି ଏଫ୍ ,ବନାଞ୍ଚଳ ଅଧିକାରୀ,ବନପାଳ,ବନରକ୍ଷୀ ଓ ପରିବେଶ କର୍ମୀ ଉପସ୍ଥିତ ଥିଲେ।ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଜିଲ୍ଲା ରୁ ମନୋନୀତ ହୋଇଥିବା ୫ ଟି ଅନୁଷ୍ଠାନ ପ୍ରକୃତିମିତ୍ର ଓ ୪ ଜଣଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ଜିଲ୍ଲାପାଳ ଙ୍କ କରକମଳରେ ପ୍ରଦାନ କରାଯାଇଥିଲା।ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ଜଳବାୟୁ ଓ ଭବିଷ୍ୟତ ପାଇଁ ନିଜେ ପ୍ରକୃତିର ରକ୍ଷା ପାଇଁ କାମ କରିବା ସହିତ ଆଉ ୧୦ ଜଣଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟ ଅତିଥି ସମସ୍ତଙ୍କୁ ଅନୁରୋଧ କରିଥିଲେ।
ଗଛ ଲଗାଇବାକୁ ଗୁରୁତ୍ୱ ଦେବା ସହିତ ଲଗାଯାଇଥିବା ଗଛକୁ ଯତ୍ନ ନେଇ ବଞ୍ଚାଇବା ପାଇଁ ଗୁରୁତ୍ୱ ଦେବା ଏହା କେବଳ ଜଙ୍ଗଲ ବିଭାଗର ଦାୟିତ୍ୱ ନୁହେଁ ଏହି ଦାୟିତ୍ୱ ଆମ ସଭିଙ୍କୁ ନେବାକୁ ପଡ଼ିବ ବୋଲି ଅତିଥି ମାନେ କହିଥିଲେ।
ଓଡ଼ଗାଁ ବ୍ଳକର ସରକାରୀ ପ୍ରାଥମିକ ବିଦ୍ୟାଳୟ,କଦଳୀବନ୍ଧ ଅନୁଷ୍ଠାନ କୁ ପ୍ରକୃତିମିତ୍ର ପୁରସ୍କାର ଏଥିରେ ସାର୍ଟିଫିକେଟ ସହିତ କୋଡ଼ିଏ ହଜାର ଟଙ୍କା ଏବଂ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ,କୋମଣ୍ଡ ର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ର ଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ସାର୍ଟିଫିକେଟ ସହିତ ଦଶ ହଜାର ଟଙ୍କା ପୁରସ୍କାର ମିଳିଲା। ପ୍ରକୃତିବନ୍ଧୁ ପ୍ରଫୁଲ ମାଝୀ ଓ ସୁକାନ୍ତ ଚୌଧୁରୀ ପରିବେଶ ସୁରକ୍ଷାରେ ଆମ୍ଭମାନଙ୍କ ଅବଦାନ କଣ ସେ ବିଷୟରେ ଆଲୋକପାତ କରିଥିଲେ। ଶ୍ରୀଯୁକ୍ତ ଦାଶ ଏବଂ ମହାପାତ୍ର ଓଡ଼ିଶା ସରକାରଙ୍କ ତରଫରୁ ପୁରସ୍କୃତ ହୋଇଥିବାରୁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ,ବିଡିଓ ପ୍ରିତୀବାଳା ରଣା,ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ,ବ୍ଳକ୍ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନ,ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ସାମ୍ବାଦିକ ସଂଘ,ନିୟମିତ ଶିକ୍ଷକ ସଂଘର ସଭାପତି ଭକ୍ତରଞ୍ଜନ ମିଶ୍ର ଏବଂ ଏନ୍ ପି ଏସ୍ ସଂଘର ସଭାପତି ନରେଶ ପାଣିଗ୍ରାହୀ ଶୁଭେଚ୍ଛା ଜଣାଇଛନ୍ତି। ରିପୋର୍ଟ-ସନାତନ ମହାକୁଡ଼।
Sign in
Sign in
Recover your password.
A password will be e-mailed to you.
Next Post