କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ୧୭ ଜଣଙ୍କୁ ମିଳିଲା ନୂତନ ନିଯୁକ୍ତି

ଯାଜପୁର: ଯାଜପୁର ଜିଲା କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ନେଇ ବିଭିନ୍ନ ସମୟରେ ଦାବି ହୋଇଥିଲା।  କଳିଙ୍ଗନଗର ସ୍ଥିତ ଘରୋଇ କମ୍ପାନୀ ଜିନ୍ଦଲରେ ଦାନଗଦୀ-ସୁକିନ୍ଦାର ୧୭ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି। ଏହାକୁ ଗୁରୁତ୍ୱ ଦେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ନିଯୁକ୍ତିକୁ ନେଇ ପ୍ରତିଶ୍ରୁତି ଦେଇଥିଲେ । ଚାକିରୀ ପାଇଥିବା ୧୭ ଜଣ ଯୁବକ ଯୁବତୀ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ତାଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ।

Comments are closed.