କଳିଯୁଗ କଳା ଠାକୁର

ଅର୍ଜୁନୀ ଚରଣ ବେହେରା

କଳିଯୁଗ କଳା ଠାକୁର
==============
କଳିଯୁଗ କଳା ଠାକୁର ଆହେ ବିଶ୍ଵସୁନ୍ଦର l
କିଏ କଳାକାର ଗଢ଼ିଲା କଳା ରୂପ ତୁମ୍ଭର ll
ଚକାନେତ୍ରେ ତବ ରଚିଲା ପୁଣି ଅପୁର୍ବଠାଣି l
ବାଙ୍କ ଅଧରରେ ଅପୁର୍ବହସ ବାଙ୍କଚାହାଣୀ ll
ସ୍କନ୍ଧରେ ସୁବର୍ଣ୍ଣପଇତା ଶିରେ କସ୍ତୁରୀଚିତା l
ପାଟ ପିତାମ୍ବରୀ ତ୍ରିକଚ୍ଛ ହାର ଗଜମୁକୁତା ll
ହସ୍ତେ ସୁଦର୍ଶନ ଆୟୁଧ ଆହେ ସୁଦରଶନ l
କୌମଦକିଗଦା କମଳ କମ୍ବୁ ପଞ୍ଚଜଇନ୍ୟ ll
ଚତୁର୍ଭୁଜ ତବ ବିସ୍ତାରି ପ୍ରଭୂ ନୀଳ କନ୍ଦରେ l
ଭକତଜନଙ୍କୁ ଡାକୁଛ ଆସ ଆସ ସତ୍ଵରେ ll
ନୀଳଚକ୍ରେ ପ୍ରଭୁ ଉଡ଼ାଇଅଛ ପତିତ ବାନା l
ଗରବନାଶନ ଗୌରବ ପ୍ରଭୂ ଗର୍ବ ଗଞ୍ଜନା ll
ଅବ୍ୟକ୍ତଅବ୍ୟୟ ପୁରୁଷ ପ୍ରଭୁ ହେଲ ସାକାର l
କଳ୍କୀରୂପେ ପୁଣି କରିବ ପ୍ରଭୁ ଦୁଷ୍ଟ ସଂହାର ll
ଚ୍ଛାର ମାନବ କି ବୁଝିବ ଲୀଳା ଲୀଳାପୁରୁଷ l
ଆହେ ଅବତାରୀ ପୁରୁଷ ସର୍ଵ ରୂପ ପ୍ରକାଶ ll
ନୀଳାଚଳ ନୀଳମଣି ହେ ପ୍ରଭୁ ଜଗତ ପତି l
ନେତ୍ର ପଥେ କର ବସତି ପ୍ରଭୁ ଅଗତି ଗତି ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.