କଳାସଂସ୍କୃତିକୁ ବଞ୍ଚାଇ ରଖିବା ପ୍ରତ୍ୟେକଙ୍କ ଦାୟିତ୍ୱ ହେବା ଉଚିତ

ସାହିତ୍ୟ, ସଂସ୍କୃତି ସଂସଦର ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା : ଗୋଟିଏ ଅଞ୍ଚଳର କଳା, ସଂସ୍କୃତି ସେହି ଅଞ୍ଚଳର ପରିଚୟ। ସଂସ୍କୃତି ବିନା ପରିଚୟର କିଛି ମାନେ ହିଁ ନ ଥାଏ। ତେଣୁ କଳାସଂସ୍କୃତିକୁ ବଞ୍ଚାଇ ରଖିବା ପ୍ରତ୍ୟେକଙ୍କ ଦାୟିତ୍ୱ ହେବା ଉଚିତ ବୋଲି ସ୍ଥାନୀୟ ସାହିତ୍ୟ ଓ ସଂସ୍କୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ସଂସଦର ସଭାପତି ଭାଗିରଥି ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ ମୁଖ୍ୟ ଅତିଥି, କଳାହାଣ୍ଡି ଜିଲ୍ଲା କଳା ସଂସ୍କୃତି ସଂସଦ ଉପାଧ୍ୟକ୍ଷ କରୁଣାକର ଦାସ, ବ୍ଲକସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରିଆ, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ପୂର୍ବତନ ସରପଞ୍ଚ ଶେଷଦେବ ସାହୁ, ଜିଲ୍ଲାପରିଷଦ ସଭ୍ୟ ମହେନ୍ଦ୍ର ରଣା, ରିଞ୍ଜା ସମିତି ସଭ୍ୟ ଆନନ୍ଦ ବାଗ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ସଂପାଦକ ସଞ୍ଜୀବ କୁମାର ନାଗ ବିବରଣୀ ପଠନ କରିଥିଲେ। ସାମ୍ବାଦିକ ପ୍ରଦୀପ କୁମାର ସାହୁ ସଭା ସଂଯୋଜନା କରିଥିବାବେଳେ ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମା ସମ୍ବର୍ଦ୍ଧନା ସଭାକୁ ସଂଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଅ ପତ୍ରିକା ପ୍ରତିଷ୍ଠାତା ନରେଶ କୁମାର ସାହୁଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗୀତିକାର ପ୍ରକାଶ କୁମାର, ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ଓ ଗାଳ୍ପିକ ସଞ୍ଜିବ ନାଗଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଆୟୋଜିତ ନୃତ୍ୟ ପ୍ରତୀଯୋଗିତାକୁ ମଧୁସୂଦନ ବାଗ ସଂଯୋଜନା କରିଥିବାବେଳେ କରୁଣାକର ଦାସ, କ୍ଷୀରୋଦ୍ର ନାଏକ ଓ ରାଜପଥାପ ନାଏକ ବିଚାରକ ଭାବେ ଯୋଗଦେଇଥିଲେ । ସାହିତ୍ୟ ଓ ସଂସ୍କୃତିର ସଂସଦର ସହସଂପାଦକ ମାନସ ରଞ୍ଜନ ବାଗ, କୋଷାଧ୍ୟକ୍ଷ ରଘୁରାଜ ସାହୁ, ସଭ୍ୟ ସୁଶାନ୍ତ ରଣା, ତପନ ସାହୁ, ରିପୁଦମନ ସୌରଭ ମିଶ୍ର, ଦୁର୍ଲ୍ଲଭ ମେହେର, କୁଞ୍ଜ ସାହୁ, ସୁମନ୍ତ ସାହୁ, ବାଳକୁମର ସାହୁ, ପ୍ରକାଶ କୁମାର, ମୀନକେତନ ସାହୁ ପ୍ରମୁଖ ସହ ଯୋଗ କରିଥିଲେ।

Comments are closed.