ଭୁବନେଶ୍ବର: ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ବିଜେପିରେ ଯୋଗଦେଇଛନ୍ତି। ତାଙ୍କ ସହିତ ୭ ଜଣ ଜିଲ୍ଲା ପରିଷଦ ସଦସ୍ୟ ଏବଂ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ କୁନି ସାହୁ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।
ସେହିପରି ନୂଆପଡା ଜିଲ୍ଲାର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଲ୍ୟବନ୍ତ ସୁନା, ମୁରଲୀଧର ଭୋଇ, ଉମା ଠାକୁର ଏବଂ କୋମନା ବ୍ଲକ ବିଜେଡି ସଭାପତି କ୍ଷମାସିଂହ ନିଆଲ ଓ ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା ସାଧାରଣ ସଂପାଦକ ବୃନ୍ଦାବନ ମହାନନ୍ଦ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ଶ୍ରୀମତୀ ମାଳବିକା ଦେବୀ ଓ ଶ୍ରୀ ସୁଜିତ କୁମାର, ବିଧାୟକ ଶ୍ରୀ ସୁଧୀର କୁମାର ପାଟ୍ଟଯୋଶୀ ଓ ଶ୍ରୀ ଜୟ ଢୋଲକିଆ, ରାଜ୍ୟ ଉପସଭାପତି ଶ୍ରୀ ଭବେନ୍ଦ୍ର ପଣ୍ଡା, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ୍ ଓ ନୂଆପଡ଼ା ଜିଲ୍ଲା ପ୍ରଭାରୀ ଶ୍ରୀ ଆର୍ତତ୍ରାଣ ମହାପାତ୍ର, ପୂର୍ବତନ ସାଂସଦ ଶ୍ରୀ ଅର୍କକେଶରୀ ଦେଓ, ପୂର୍ବତନ ବିଧାୟକ ଶ୍ରୀ ହିତେଶ ବଗର୍ତୀ, ବରିଷ୍ଠ ନେତା ଶ୍ରୀ ଯଦୁମଣି ପାଣିଗ୍ରାହୀ, ଶ୍ରୀ ଶିବ ମୁଣ୍ଡ, ଶ୍ରୀ ଲମ୍ବୋଧର ନିଆଲ, ଶ୍ରୀ ପ୍ରସନ୍ନ ପାଢୀ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ।
Comments are closed.