ବଲାଙ୍ଗୀର : ପାଟଣାଗଡ଼ ବ୍ଲକ୍ ତମିଆଁ ଏବଂ ଭଇଁସା ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଏହି କ୍ରୀଡ଼ାଙ୍ଗନ ଗ୍ରାମାଞ୍ଚଳର ଲୁକ୍କାୟିତ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଏହା ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ଏବଂ ସୁସ୍ଥ ଜୀବନଶୈଳୀକୁ ଉତ୍ସାହିତ କରିବା ସହ ଆଗାମୀ ପିଢ଼ିକୁ ବଡ଼ ସ୍ୱପ୍ନ ଦେଖିବାକୁ ଏବଂ ନୂଆ ଲକ୍ଷ୍ୟ ସ୍ଥିର କରିବାକୁ ନିରନ୍ତର ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସିଂଦଓ କହିଛନ୍ତ ।
Comments are closed.