ଜୋଧପୁରରେ ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ୪ମୃତ

ଜୋଧପୁର: ରାଜସ୍ଥାନର ଜୋଧପୁରରେ ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ୪ମୃତ। ଏହି ଘଟଣାରେ ୧୬ଜଣ ଆହତ ହୋଇଥିବା ଜଣାପଡ଼ିିଛି। ଘଟଣା ପରେ ଏବେ ଆହତଙ୍କୁ ଚିକିତ୍ସା ପାଇଁ ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଯୋଧପୁରର ମାଗ୍ରା ପଞ୍ଜଲା ଅଞ୍ଚଳର ଏକ ଆବାସିକ କଲୋନୀରେ ଏହି ବିସ୍ଫୋରଣ ଘଟିଛି। ଭିତରେ ଥିବା ୪ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ସେମାନଙ୍କ ମୃତଦେହକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବାହାରକୁ ଆଣିଥିଲେ ବୋଲି ଜଣାପଡ଼ିଛି। ଆହତ ହୋଇ ଡାକ୍ତରଖାନାରେ ଚିକିିତ୍ସା ପାଇଁ ଭର୍ତ୍ତି ହୋଇଥିବା ୧୬ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଅନ୍ୟପକ୍ଷରେ ଜିଲ୍ଲାପାଳ ହିମାଂଶୁ ଗୁପ୍ତା ଡାକ୍ତରଖାନା ପରିଦର୍ଶନ କରି ଆହତମାନଙ୍କୁ ସ୍ଥିତି ପଚାରି ବୁଝିଛନ୍ତି।

ଏହି ଦୁର୍ଘଟଣାର ହୋଇଥିବା ପ୍ରାରମ୍ଭିକ ଅନୁସନ୍ଧାନ ଅନୁଯାୟୀ, ଗୋଟିଏ ସିଲିଣ୍ଡରରୁ ଅନ୍ୟକୁ ସିଲିଣ୍ଡର ବେଆଇନ ଭାବରେ ଗ୍ୟାସ ରିଫିଲ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଯେଉଁ ୪ଜଣ ଏହି କାମ କରୁଥିଲେ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

Comments are closed.