ଗଞ୍ଜାମ ବୁଗୁଡ଼ା : ୧୨।୨ ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଳିଆ ଗ୍ରାମର ତେଲୁଗୁ ସାହିରେ ଏକ ବନ୍ଦ ଘରୁ ଲାଛମି ଦୋରା ନାମ୍ନୀ ଜନୈକା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଥିଲା । ଘଟଣାକୁ ନେଇ ଏବେ ତାଙ୍କ ସ୍ଵାମୀ କେ. ରାଜ ଗୋପାଳ ଦୋରା ଙ୍କ ପକ୍ଷ ରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି । ଏହି ଘଟଣା ଗାଁ ରେ ଚାପା ଉତ୍ତେଜନା ସୃଷ୍ଟି କରିବା ସହ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ଏ ନେଇ ପୂର୍ବରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ବେଳେ ଏବେ ଅଭିଯୋଗ ପରେ ତାହା ଭିନ୍ନ ମୋଡ଼ ନେଇଛି । ଘଟଣା ରୁ ପ୍ରକାଶ ଯେ , ଗତ ପେବୃୟାରୀ ୫ ତାରିଖ ଦିନ ଅପରାହ୍ନ ସାଢେ଼ ଚାରିଟା ବେଳେ ଲାଛମି ଙ୍କ ବଡ଼ ଝିଅ ସ୍କୁଲରୁ ଫେରି ଭିତର ପଟୁ ବନ୍ଦ ଥିବା ଘର କବାଟ ବାଡାଇଥିଲା । କେହି କବାଟ ନ ଖୋଲିବାରୁ ସେ ବାରିପଟେ ଖୋଲଦ୍ୱାର ଦେଇ ଘର ଭିତରକୁ ପ୍ରବେଶ କରିଥିଲା । ସେଠାରେ ସେ ତାର ମାଆ ଙ୍କ ମୃତ ଶରୀର ଫ୍ୟାନ୍ ରୁ ଏକ ଲୁଗା ସାହାର୍ଯ୍ୟରେ ଝୁଲିଥିବା ଦେଖିବାକୁ ପାଇଥିଲା । ଏ ନେଲ ପ୍ରଥମେ ସହିବସିନ୍ଦା ଏବଂ ପରେ ପୋଲିସ୍ ଖବର ପାଇ ସେଠାରେ ପହଞ୍ଚିଥିଲା । ଘଟଣା ସ୍ଥଳ ର ପାରିପାର୍ଶ୍ୱିକ ସ୍ଥିତି ଏପରି ଥିଲା ଯେ ଝୁଲନ୍ତା ମୃତା ମହିଳା ଙ୍କ ଆଣ୍ଠୁ ଚଟାଣ କୁ ଲାଗିଥିଲା ବେଳେ ଶରୀର ର ଅଙ୍ଗପ୍ରତ୍ୟଙ୍ଗ ରେ ରକ୍ତ ଲାଗିବ ସହ ଓଠ ଓ ମୁହଁ ରେ ଆଘାତ ଲାଗିଥିଲା । ଅନ୍ୟ ପକ୍ଷ ରେ ଘରେ ମହିଳା ଙ୍କ ଅନ୍ତବସ୍ତ୍ର ଏଣେତେଣେ ପଡ଼ିଥିବା ଦୃଷ୍ଟି ଗୋଚର ହୋଇଥିଲା । ସେଠାରୁ ପୋଲିସ ଶବ କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲ କୁ ଆଣିଥିଲା । ଏ ନେଇ କେସ୍ ନଂ ୭/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ କୁ ବ୍ୟବଛେଦ ପାଇଁ ପଠାଇଥିଲା । ତେବେ ମୃତା ମହିଳାଙ୍କ ସ୍ବାମୀ କିଛି ସନ୍ଦିଗ୍ଧ ଯୁବକ ଙ୍କ ନାମ ଉଲ୍ଲେଖ କରି ଏହା କେତେକ ଯୌନ ପିପାସୁ ଙ୍କ ଦ୍ଵାରା ରଚିତ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଗତ ଫେବୃଆରୀ ୯ ତାରିଖ ଦିନ ବୁଗୁଡ଼ା ରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ଅଭିଯୋଗ କରିବା ପରେ ଘଟଣା ଟି ଭିନ୍ନ ମୋଡ଼ ନେଇଥିବା ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.
Comments are closed.