ଜେଇଇ ଆଡ୍‌ଭାନ୍ସଡ୍ ୨୦୨୨ରେ ଓଡିଶାରେ ଶୀର୍ଷରେ ଅଛନ୍ତି ଯାଆଁଳା ଭାଇ

ଭୁବନେଶ୍ୱର : ଜେଇଇ ଆଡ୍‌ଭାନ୍ସଡ୍ ୨୦୨୨ର ଅଲ୍ ଇଣ୍ଡିଆ ର‌୍ୟାଙ୍କ୍‌ର ପ୍ରତ୍ୟେକ ରେଞ୍ଜ୍‌ରେ ଦେଶବ୍ୟାପୀ ଫିଟ୍‌ଜୀର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହିତ କ୍ଲାସ୍‌ରୁମ୍ ପ୍ରୋଗ୍ରାମରୁ କମନ୍ ମେରିଟ୍ ଲିଷ୍ଟରେ ଟପ୍ ୧୦୦ ଅଲ୍ ଇଣ୍ଡିଆ ର‌୍ୟାଙ୍କ୍‌ରେ ୩୪ ଜଣ ଓ ଟପ୍ ୫୦ରେ ୧୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଫିଟ୍‌ଜୀ ଭୁବନେଶ୍ୱର ଓ କଟକର ଛାତ୍ରଛାତ୍ରୀମାନେ ଜେଇଇ ଆଡ୍‌ଭାନ୍ସଡ୍ ୨୦୨୨ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ମୋଟ ୬୪ ଜଣ ଛାତ୍ରଛାତ୍ରୀ କ୍ଲାସ୍‌ରୁମ୍ ପ୍ରୋଗ୍ରାମରୁ କମନ୍ ମେରିଟ୍ ଲିଷ୍ଟ୍‌ରେ କ୍ୱାଲିଫାଏଡ୍ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩ ଜଣ ଶୀର୍ଷ ୫୦୦୦ ର‌୍ୟାଙ୍କରେ ରହିଛନ୍ତି ।
. ଜେଇଇ ଆଡ୍‌ଭାନ୍ସଡ୍ ୨୦୨୨ରେ ନିଜର ଏଆଇଆର୍ ସହ ଓପନ୍ କ୍ୟାଟାଗୋରୀରେ ଥିବା ଫିଟ୍‌ଜୀ ଭୁବନେଶ୍ୱର ଓ କଟକ ସେଂଟର୍‌ର ଶୀର୍ଷ ଛାତ୍ରଛାତ୍ରୀମାନେ ହେଉଛନ୍ତି :
୧. ଦିବ୍ୟାଂଶୁ ମାଲୁ (ଏଆଇଆର୍‌-୧୧, ଦୁଇ ବର୍ଷିଆ କ୍ଲାସ୍‌ରୁମ୍ ପ୍ରୋଗ୍ରାମ)
୨. ଦିପ୍ତାଂଶୁ ମାଲୁ (ଏଆଇଆର୍‌-୨୨୮, ଦୁଇ ବର୍ଷିଆ କ୍ଲାସ୍‌ରୁମ୍ ପ୍ରୋଗ୍ରାମ)
୩. କେ ମୋହନ (ଏଆଇଆର୍‌-୨୫୯, ଦୁଇ ବର୍ଷିଆ ଇଂଟିଗ୍ରେଟେଡ୍ ପ୍ରୋଗ୍ରାମ)
୪. ମୋହନଦୀପ ପରିଡା (ଏଆଇଆର୍‌-୨୯୧, ଦୁଇ ବର୍ଷିଆ କ୍ଲାସ୍‌ରୁମ୍ ପ୍ରୋଗ୍ରାମ)
୫. ସାର୍ଥକ ପଣ୍ଡା (ଏଆଇଆର୍‌-୮୮୮, ଦୁଇ ବର୍ଷିଆ ଇଂଟିଗ୍ରେଟେଡ୍ ପ୍ରୋଗ୍ରାମ)
୬. ଅମ୍ବରିଶ୍ ପ୍ରଧାନ (ଏଆଇଆର୍‌-୧୦୭୦, ଦୁଇ ବର୍ଷିଆ ଇଂଟିଗ୍ରେଟେଡ୍ ପ୍ରୋଗ୍ରାମ)
୭. ଦୀତୋଶ କୁଇଲା (ଏଆଇଆର୍‌-୧୦୯୭, ଦୁଇ ବର୍ଷିଆ ଇଂଟିଗ୍ରେଟେଡ୍ ପ୍ରୋଗ୍ରାମ)
ନିଜର ସଫଳତା ସମ୍ପର୍କରେ ଦିବ୍ୟାଂଶୁ ମାଲୁ କହିଛନ୍ତି, ‘ମୁଁ ଫିଟ୍‌ଜୀରେ ମୋର ଶିକ୍ଷକମାନଙ୍କ ପ୍ରତି କୃତଜ୍ଞ ଯିଏ ମୋତେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ ଶିକ୍ଷିତ ଓ ସକ୍ଷମ କରିଥିଲେ । ମୁଁ ଗତ ୭ ବର୍ଷ ହେବ ଫିଟ୍‌ଜୀ ଭୁବନେଶ୍ୱର ସେଂଟର୍‌ରେ ପଢୁଥିଲି । ୬ଷ୍ଠ ଶ୍ରେଣୀରେ ଥିବା ସମୟରେ ମୁଁ ଲିଟିଲ୍ ଜେନି ପ୍ରୋଗ୍ରାମରେ ଯୋଗ ଦେଇଥିଲିଏବଂ ପରେ ଉଦୟ ଦୁଇ ବର୍ଷିଆ ପ୍ରୋଗ୍ରାମ ଓ ୯ମ ଶ୍ରେଣୀରେ ପଢୁଥିବା ସମୟରେ ୪ ବର୍ଷିଆ କ୍ଲାସି୍‌ରୁମ୍ ପ୍ରୋଗ୍ରାମରେ ଯୋଗ ଦେଇଥିଲି । ଫିଟ୍‌ଜୀ ଦ୍ୱାରା ଦିଆଯାଇଥିବା ଷ୍ଟଡି ମ୍ୟାଟେରିଆଲ ଉତ୍କୃଷ୍ଟମାନର ଥିଲା । ଟେଷ୍ଟ ସିରିଜ୍ ଓ ଗ୍ରାଣ୍ଡ୍ ମାଷ୍ଟର୍ ପ୍ୟାକେଜ୍ ମୋର ପ୍ରୋବ୍ଲେମ୍‌-ସଲ୍‌ଭିଙ୍ଗ ସ୍କିଲ୍‌କୁ ଉନ୍ନତ କରିବାରେ ଖୁବ୍ ସାହାଯ୍ୟ କରିଥିଲା । ଫିଟ୍‌ଜୀର ଗ୍ରୁମିଂ ମୋତେ ଏଆଇଆର୍‌୫ ସହ କେଭିପିୱାଇ, ଏଆଇଆର୍ ୧୩୯ ସହ ଜେଇଇ ମେନ୍ ଓ ଏଆଇଆର୍ ୧୧ ସହ ଜେଇଇ ଆଡ୍‌ଭାନ୍ସଡ୍ କ୍ୱାଲିଫାଏ କରିବାରେ ସାହାଯ୍ୟ କରିଛି । ମୁଁ ଇଣ୍ଡିଆନ୍ ନ୍ୟାଶନାଲ କେମିଷ୍ଟ୍ରୀ ଅଲିମ୍ପିଆଡ୍‌ସ (ଆଇଏନ୍‌ସିଏଚ୍‌ଓ)ରେ କ୍ୱାଲିଫାଏ ହୋଇଥିଲି ଏବଂ ଓରିଏଂଟେଶନ କମ୍ ସିଲେକ୍ସନ କ୍ୟାମ୍ପ (ଓସିଏସ୍‌ସି)ରେ ଯୋଗ ଦେଇଥିଲି । ମୁଁ ଇଂଟର୍‌ନ୍ୟାଶନାଲ ଫିଜିକ୍ସ ଅଲିମ୍ପିଆଡ୍‌ରେ ଗୋଲ୍ଡ ମେଡାଲ ମଧ୍ୟ ପାଇଥିଲି । ମୁଁ ମୋର ଏହି ସଫଳତା ପାଇଁ ମୋର ଶିକ୍ଷକ, ଅଭିଭାବକ ଓ ଯମଜ ଭାଇଙ୍କ ନିକଟରେ ଋଣୀ ।’

ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଫିଟ୍‌ଜୀ ଭୁବନେଶ୍ୱରର ସେଂଟର୍ ହେଡ୍ ରାଣାଜୋୟ ବର୍ଦ୍ଧନ କହିଛନ୍ତି, ଛାତ୍ରଛାତ୍ରୀମାନଙ୍କୁ ବିଶ୍ଳେଷଣାତ୍ମକ କ୍ଷମତାଗୁଡିକର ଧାରଣା ଓ ବିକାଶର ଗଭୀର ବୁଝାମଣା ଉପରେ ଧ୍ୟାନ ସହିତ ପ୍ରାରମ୍ଭିକ ସିଦ୍ଧାନ୍ତରୁ ଏକ ମୌଳିକ ଉପାୟରେ ପ୍ରସ୍ତୁତ କରିବା ଆମର ଛାତ୍ରଛାତ୍ରୀଙ୍କ ପାଇଁ ପୁଣିଥରେ ସଠିକ୍ ପ୍ରମାଣିତ ହୋଇଛି । ଫିଟ୍‌ଜୀରେ ଆମର ଲକ୍ଷ୍ୟ ହେଉଛି ଆଶାୟୀ ଛାତ୍ରଛାତ୍ରୀଙ୍କୁ ଜେଇଇ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହେବା ପାଇଁ ପ୍ରଶିକ୍ଷିତ କରିବା । ଫିଟ୍‌ଜୀର ୟର୍ଲି ଏଜ୍ ପ୍ରୋଗ୍ରାମ୍‌ଗୁଡିକୁ ଛାତ୍ରଛାତ୍ରୀଙ୍କୁ ଜେଇଇ ପାଇଁ ନିଜ ପ୍ରସ୍ତୁତିରେ ଶୀଘ୍ର ଆରମ୍ଭ କରିବା ଏବଂ ଜଟିଳାର ସ୍ତର ସହ ଖାପ ଖୁଆଇବା ଓ ଜେଇଇରେ ଏକ ଶୀର୍ଷ ର‌୍ୟାଙ୍କ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି । ଆମେ ଆମର ସମସ୍ତ ସଫଳ ଛାତ୍ରଛାତ୍ରୀ ଓ କଠିନ ପରିଶ୍ରମ କରିଥିବା ଆମର ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଉଛୁ ।’
ଫିଟ୍‌ଜୀ ଓଡିଶା ସେଂଟର୍‌ର ମେଂଟର୍ ପି.କେ ଦାସ କହିଛନ୍ତି, ‘ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ । କ୍ୱାଲିଫାଏଡ୍ ଛାତ୍ରଛାତ୍ରୀମାନେ ଫିଟ୍‌ଜୀର ଗୌରବମୟ ପରମ୍ପରାକୁ ବିସ୍ତୃତ ପ୍ଲାଟ୍‌ଫର୍ମକୁ ନେଇଛନ୍ତି । ଉପଯୁକ୍ତ ପ୍ରଶିକ୍ଷଣ ଏଭଳି ପ୍ରତିଷ୍ଠିତ ଓ ଉଚ୍ଚ ପ୍ରତିଯୋଗୀପୂର୍ଣ୍ଣ ପରୀକ୍ଷାଗୁଡିକରେ ସଫଳତା ପାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତେବେ ସମର୍ପଣ ହେଉଛି ସଫଳତାର ପ୍ରମୁଖ ଶବ୍ଦ ଏବଂ ଫିଟ୍‌ଜୀରେ ଆମେ ଆମର ଛାତ୍ରଛାତ୍ରୀଙ୍କୁ ଆଜିର ଦୃଢ ପ୍ରତିଯୋଗୀପୂର୍ଣ୍ଣ ଯୁଗରେ ଏକ ଭଲ ସ୍ଥାନ ହାସଲ କରିବା ପାଇଁ ନିଜର ଅଧ୍ୟୟନ ପ୍ରତି ଧ୍ୟାନ ଦେବା ଓ ସୁସଂଗଠିତ ହେବା ପାଇଁ ପ୍ରସ୍ତୁତ କରୁଛୁ ।’

Comments are closed.