ଚାଷୀଙ୍କୁ ନେଇ ରାଜନୀତି କଲେ ରାଜନେତା: ହଇରାଣ ହେଲେ ଜନତା,

ସଇଁନ୍ତଲା : ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବିଭିନ୍ନ ପଞ୍ଚାୟତର ଚାଷୀମାନେ ଗତ ୨୦୨୧ ମସିହାରେ ଫସଲବୀମା ଟଙ୍କା ପାଇବାରୁ ବଞ୍ଚିତ ହେବା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ଶତାଧିକ ଚାଷୀମାନେ ସାମିଲ ହୋଇ ଫସଲବୀମା ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ବୋଲି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଜାତୀୟ ରାଜପଥ ୨୬ ନମ୍ବର ନିକଟରେ ଥିବା ନବୀନ ଛକ ଠାରେ ଶତାଧିକ ଚାଷୀ ଓ ରାଜନେତା ମାନେ ସାମିଲ ହୋଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଯାହା ଫଳରେ ଗାଡି ଚଳାଚଳ ବନ୍ଦ
ହେବା ସହ ଅନେକ ଲୋକେ ହଇରାଣ ମଧ୍ୟ ହୋଇଥିବାର ଦେଖିବାକୁ ମିଳିଛି।

ସୂଚନାମତେ ଗତ ୨୦୨୧ ମସିହାରେ ସଇଁନ୍ତଲାର ବିଭିନ୍ନ ଅଞ୍ଚଳରେ ଅଳ୍ପ ବୃଷ୍ଟିପାତ ହୋଇଥିବାରୁ ଚାଷ ଠିକ୍‌ ଭାବେ ହୋଇନଥିଲା। ଚାଷୀ ଉପଯୁକ୍ତ କାଗଜପତ୍ର ଦାଖଲ କରି ଫସଲବୀମା ଆବେଦନ କରିଥିଲା। ଆବେଦନ କରିଥିବା କାଗଜ ପତ୍ରକୁ ଆଧାର କରି ରାଜସ୍ୱ ବିଭାଗ, କୃଷି ବିଭାଗ ଓ ବୀମା କମ୍ପାନୀର କର୍ମଚାରୀମାନେ ଆସି କ୍ରପକଟିଂ କରି ତଥ୍ୟ ସଂଗ୍ରହ କରିଥିଲେ ହେଲେ ୨୦୨୧ ଯାଇ ୨୦୨୩ ମଧ୍ୟ ଆସିବାକୁ ବସିଲାଣି ହେଲେ ବୀମା ଟଙ୍କା ଚାଷୀଙ୍କ ଖାତାରେ ଦେଖାନାହିଁ।

ଏହାକୁ ନେଇ ଅନେକ ଥର ଚାଷୀ ତହସିଲ କାର୍ଯ୍ୟଳୟ ସମେତ ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହେଲେ କେହି କର୍ଣ୍ଣପାତ କରିନଥିଲେ। ଆଜି ବଲାଙ୍ଗିର ଜିଲ୍ଲାପାଳ ଚାଞ୍ଚଳ ରାଣା ଓ ବଲାଙ୍ଗିର ଏସପି ନତିନ କୁଶଳକରଙ୍କ ଯୁଗ୍ମ ଜନଶୁଣାଣି ଶିବିର ଥିବାବେଳେ ଚାଷୀମାନେ ନବୀନ ଛକ ଜାତୀୟ ରାଜପଥ ୨୬ ଠାରେ ଅବରୋଧ କରିଥିଲେ। ଦୀର୍ଘ ୪ ଘଣ୍ଟା ପରେ ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର, ଅତିରିକ୍ତ ତହସିଲଦାର ଡ. ଲଳିତ ବାଗ ଓ ବୀମା କମ୍ପାନୀର କର୍ମଚାରୀ ମାନେ ଆସି ଆନ୍ଦୋଳନ କାରୀଙ୍କ ସହ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା। ହେଲେ ଫସଲବୀମା ଯୋଜନାଟି କେନ୍ଦ୍ର ସରକାରଙ୍କ ହୋଇଥିବା ବେଳେ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଦଳୀୟ କର୍ମୀ ତଥା ବରିଷ୍ଠ ବିଜେପି ନେତା ମହେନ୍ଦ୍ର ଠାକୁର କିଭଳି ଭାବେ ଏହି ଯୋଜନାର ଦୋଷ ଓ ଦୁର୍ବଳତା ଉପରେ ପ୍ରଶ୍ନ ଉଠେଇଲେ ତାହାକୁ ନେଇ ବୁଦ୍ଧିଜୀବୀ ମହଲ ତଥା ରାଜନୈତିଜ୍ଞଙ୍କ ମହଲରେ ଅନେକ ଚର୍ଚ୍ଚା ଜୋର ଧରିଛି।

ଶ୍ରୀଯୁକ୍ତ ଠାକୁର ବାରମ୍ବାର ନିରୀହ ଚାଷୀଙ୍କୁ ରାସ୍ତା ଅବରୋଧ କରୁଥିବା ବେଳେ ଗାଡି ଚଳାଚଳ ବନ୍ଦ ଏବଂ ଅନେକ ଲୋକ ହଇରାଣ ହରକତ ମଧ୍ୟ ହେଉଥିବା ବେଳେ ଅସନ୍ତୋଷ ପ୍ରକାଶ ପାଇଛି।ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସିଂ ଭୋଇ ଚାଷୀଙ୍କୁ ସମର୍ଥନ ଜଣାଇଥିବା ବେଳେ ଚାଷୀଙ୍କ ବିମାରାଶି ତୁରନ୍ତ ପ୍ରଦାନ କରିବା ପାଇଁ ପ୍ରଶାସନ ଠାରେ ଦାବି କରିଥିଲେ ଏବଂ ଯାହା ଫଳରେ ଚାଷୀ ଓ ଜନତାଙ୍କ ମଧ୍ୟରେ ଅନେକ ଉତ୍ସାହିତ ଦେଖିବାକୁ ମିଳିଥିଲା। ଏଥିରେ ଶତାଧିକ ଚାଷୀ ସାମିଲ ହୋଇଥିଲେ।

Comments are closed.