ରାୟଗଡା : ରାୟଗଡା ଜିଲ୍ଲାର ବାଳିକା ସେବାଶ୍ରମରେ ଜଣ୍ଡିସ୍ ଆତଙ୍କ ଦେଖାଦେଇଛି।ପ୍ରାୟ ୨୦ରୁ ଉର୍ଧ ଛାତ୍ରୀ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଟଣା କୋଲନରା ବ୍ଲକ ରୋବାଡି ବାଳିକା ଉଚ୍ଚ ବିଦ୍ଯାଳୟରେ ଦେଖିବାକୁ ମିଳିଛି। ଏବେ ବି ଛାତ୍ରୀ ନିବାସରେ ରହି ଆକ୍ରାନ୍ତ ମାନେ ଚିକିତ୍ସିତ ହେଉଥିବା ବେଳେ ପରିବାର ଲୋକେ ଭୟବିତ ଅବସ୍ଥାରେ ରହିଛନ୍ତି। ଗତ ୩ଦିନ ପୂର୍ବରୁ ପିଲାମାନଙ୍କୁ ସାମାନ୍ଯ ଜ୍ବର ହେବେ ସହ ଆଖି ଦଳଦିଆ ପଡିଯାଇଥିଲା। ପରେ ଏଏନ୍ଏମ୍ ଙ୍କ ପ୍ରାଥମିକ ଚିକିତ୍ସା ପରେ ଆକ୍ରାନ୍ତ ମାନେ ସାମାନ୍ଯ ସୁସ୍ଥ ହୋଇଥିଲେ ହେଁ ଜଣ୍ଡିସ୍ ଲକ୍ଷଣ ଏଯାଏଁ କମିନାହିଁ। ଆକ୍ରାନ୍ତ ଛାତ୍ରୀ ମାନଙ୍କୁ ପାଖ ଡାକ୍ତରଖାନାରେ ଚିକିତ୍ସା କରିବା ପରିବର୍ତ୍ତେ ଛାତ୍ରି ନିବାସରେ ରଖାଯାଇ ଚିକିତ୍ସା କରାଯାଉଛି। ଫଳରେ ଅବିଭାବକ ମାନେ ଭୟବିତ ହୋଇ ନିଜ ପିଲା ମାନଙ୍କୁ ଘରକୁ ନେଇଯାଉଥିବାର ଦେଖିବାକୁ ମିଳିଛି। ଅନ୍ଯପଟେ ଆକ୍ରାନ୍ତ ମାନଙ୍କୁ ନିୟମିତ ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ସମସ୍ତଙ୍କ ଧ୍ଯାନ ଦିଆଯାଉଛି ବୋଲି ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି। ଏହି ବିଦ୍ଯାଳୟରେ ପ୍ରାୟ ୨ ଶହରୁ ଉର୍ଧ ଛାତ୍ରୀ ହଷ୍ଟେଲରେ ରହି ପାଠପଢୁଛନ୍ତି।
ବାଇଟ୍-୧-ରବି କିମାକା-(ଅବିଭାବକ)
ବାଇଟ୍-୨-କାମେଶ୍ବର ମାଣ୍ଡାଙ୍ଗି-(ସଭାପତି, ସ୍କୁଲ ପରିଚାଳନା କମିଟି)
Sign in
Sign in
Recover your password.
A password will be e-mailed to you.
Next Post