ବେଆଇନ ବାଲିଚାଲାଣ : ୩ ବାଲି ବୋଝେଇ ଟ୍ରାକ୍ଟର ଜବତ ଓ ୩ ଜଣ ଗିରଫ ।

ଗଜପତି 18/6:ବେଆଇନ ବାଲିଚାଲାଣ ଅଭିଯୋଗରେ ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ୩ ଗୋଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ୩ ଜଣକୁ ଗିରଫ କରିଥିବା ସୂଚନା ମିଳିଛି । ଅଡ଼ବା ନଦୀରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ପୁଲିସ ଚଢ଼ାଉ କରି ୩ଗୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି। ଏଥିସହ ୩ ଜଣକୁ ଗିରଫ କରାଯାଇଥିବା ଅଡ଼ବା ଥାନା ଅଧିକାରୀ ସନ୍ତୋଷ ବିଷୋୟୀ ଜଣାଇଛନ୍ତି। ପୁଲିସ ସୂଚନା ପ୍ରକାରେ ଅଡ଼ବା ନ‌ଦୀରେ କିଛି ଟ୍ରାକ୍ଟରରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଖବର ମିଳିଥିଲା।
ଅଡ଼ବା ଥାନା ଅଧିକାରୀଙ୍କ ନେତୃତ୍ବରେ ଚଢ଼ାଉ କରାଯାଇ ଜବତ କରାଯାଇଥିଲା । ଏହି ଘଟଣା ନେଇ ଅଡ଼ବା ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି।

Comments are closed.