ଭୁବନେଶ୍ଵର: ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଆଜି ବି ଚାଲିପାରିଲାନି ଗୃହ। ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ଵିତୀୟ ଦିନରେ ବିରୋଧୀଙ୍କ ହୋହାଲ୍ଲା ଲାଗିରହିବାରୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି। ପ୍ରଶ୍ନକାଳ ଆରମ୍ଭରୁ ବ୍ୟାନର୍ ଓ ପ୍ଲାକାର୍ଡ ଧରି ହୋହଲ୍ଲା କରିଥିଲେ ବିରୋଧୀ। ବନ୍ୟା ମୁକାବିଲାରେ ସରକାର ବିଫଳ ହୋଇଥିବା ବିଜେଡି ଅଭିଯୋଗ କରିଛି। କୋଟିଆ ପ୍ରସଙ୍ଗ ଗୃହରେ ଆଲୋଚନା ପାଇଁ କଂଗ୍ରେସ ସଦସ୍ୟମାନେ ଦାବି କରିଛନ୍ତି। ଗତକାଲି ମଧ୍ୟ ଅଧିବେଶନର ପ୍ରଥମ ଦିନରେ ଗୃହରେ ତାତି ଦେଖିବାକୁ ମିଳିଥିଲା। ବିରୋଧୀମାନେ ହଟ୍ଟଗୋଳ କରି ଗୃହ କମ୍ପାଇଥିଲେ। ଉଭୟ ବିଜେଡି ଏବଂ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାରୁ ଶୋକପ୍ରସ୍ତାବ ପରେ ଗୃହକାର୍ଯ୍ୟ ମାତ୍ର କେଇ ମିନିଟ୍ ପାଇଁ ଚାଲିଥିଲା। ପରେ ବାଚସ୍ପତି ମୁଲତବି ଘୋଷଣା କରିଥିଲେ।
Sign in
Sign in
Recover your password.
A password will be e-mailed to you.