ଭୁବନେଶ୍ୱର : ହିଟ୍ ୱେଭକୁ ସାମ୍ନା କରିବାକୁ ନୂଆ ଏସ୍ଓପି ପ୍ରସ୍ତୁତ କରିଛି ରାଜସ୍ୱ ବିଭାଗ । ଅଧିକ ଖରା ହେଉଥିବା ସ୍ଥାନରେ ନିର୍ମାଣ ହେବ ହିଟ୍ୱେଭ୍ ଆଶ୍ରୟସ୍ଥଳୀ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ୧୧ଟାରୁ ୩ଟା ପର୍ଯ୍ୟନ୍ତ ଯାତ୍ରୀ ଓ ମାଲ୍ ପରିବହନ ଉପରେ ତଦାରଖ କରାଯିବ । ରାସ୍ତାରେ ଡ୍ରାଇଭରଙ୍କ ପାଇଁ ଓଆର୍ଏସ୍ ଓ ପିଇବା ପାଣି ବ୍ୟବସ୍ଥା ରହିବ । ସେହିପରି ଅଂଶୁଘାତ ମୃତ୍ୟୁ ରିପୋର୍ଟ ପାଇବାର ୨୪ ଘଣ୍ଟା ଭିତରେ କ୍ଷତିପୂରଣ ମିଳିବ । ଏସି ନଥିବା ଗାଡ଼ି ଚାଲିଲେ କାହାର ଅସୁବିଧା ହେଲେ ମାଲିକ ଦାୟୀ ରହିବେ ବୋଲି ସୂଚନା ରହିଛି ।