ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଆହୁରି ଦକ୍ଷ ଓ ସୁଦୃଢ଼ କରିବା ଦିଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ସାଧାରଣ ଲୋକଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ପାଇଁ ବିଭାଗ ଅଧୀନରେ ବହୁ ସଂଖ୍ୟକ ନୂତନ ବୈଷୟିକ ପଦବୀରେ ନିଯୁକ୍ତି କରାଯିବ। ୧ ହଜାର ୧୦୮ ଫାର୍ମାସିଷ୍ଟ ଅଫିସର, ୨୩୮ ଅପଥାଲମିକ୍ ଅଫିସର ଏବଂ ୩୮୦ ମେଡିକାଲ ଲ୍ୟାବ୍ ଟେକ୍ନିସିଆନ୍ ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।
ଏହି ସମସ୍ତ ପଦବୀ ପାଇଁ ଅର୍ଥ ବିଭାଗର ମଞ୍ଜୁରୀ ମିଳିସାରିଛି। ଆଗାମୀ ଦିନରେ ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସ୍ୱଚ୍ଛତାର ସହ ଏହି ପଦବୀଗୁଡ଼ିକ ପୂରଣ କରାଯିବ। ଏହା ଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ମାନବ ସମ୍ବଳ ବୃଦ୍ଧି ପାଇବା ସହ ରୋଗୀମାନେ ଆହୁରି ଉନ୍ନତ ଓ ସୁବ୍ୟବସ୍ଥିତ ଚିକିତ୍ସା ସେବା ପାଇପାରିବେ।
Comments are closed.