ଗାନ୍ଧୀ ଜୟନ୍ତୀରେ ସଚେତନତା ଯାତ୍ରା, ଲୋଗୋ ଉନ୍ମୋଚନ ଓ ସାଧାରଣ ସଭା ସହିତ ଉଦଘାଟନ ହେଲା “ହର ଦିଲମେ ଗାନ୍ଧୀ”

ଭୁବନେଶ୍ୱର : ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଘୋଷଣା ହୋଇଥିବା ” ହର ଦିଲମେ ଗାନ୍ଧୀ” ର ଶୁଭ ଉଦଘାଟନ ସହିତ ଗାନ୍ଧୀ ସଚେତନତା ଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ସକାଳ ୭ ଟାରେ ଜନତା ମଇଦାନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ, ପରେ ୭.୨୦ ମିନିଟରେ ୟୁନିଟ ୯ ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସ୍ତମ୍ଭ ଠାରେ ପୁଷ୍ପମାଲ୍ୟ ଅର୍ପଣ,ପରେ ୭.୩୦ ମି ରେ ସ୍ୱାଧୀନତା ସଂଗ୍ରାମୀ ପଡିଆ ରୁ ବାହାରି ବିଶିଷ୍ଟ ବ୍ୟକ୍ତି,ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ, ସ୍କାଉଟ ଓ ଗାଇଡ଼ ପିଲାମାନଙ୍କ ସହିତ “ଗାନ୍ଧୀ ସଚେତନତା ପଦଯାତ୍ରା ” ୮.୩୦ ମିନିଟ ରେ ସ୍କାଉଟ ଗାଇଡ଼ ଅଫିସରେ ପହଂଚିଥିଲା l ସ୍କାଉଟ ଗାଇଡ଼ ପ୍ରେକ୍ଷାଳୟରେ ସଚେତନତା ତଥା ଜୟନ୍ତୀ ପାଳନ ସଭା ସହିତ “ହର ଦିଲମେ ଗାନ୍ଧୀ” କାର୍ଯ୍ୟକ୍ରମର ଶୁଭ ଉଦଘାଟନ ସହିତ ବର୍ଷ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ଓ ସଚେତନ ଧର୍ମୀ ଅଭିନଵ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ହର ଦିଲ ମେ ଗାନ୍ଧୀ କାର୍ଯ୍ୟକ୍ରମ ର ରୂପରେଖ ସହ ଗାନ୍ଧୀ ଦର୍ଶନ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା l

ଏହି ସଭାରେ ମୁଖ୍ୟ ଅତିଥି ଭାବେ ନିର୍ବାଚନ ଆୟୋଗଙ୍କ ପୂର୍ବତନ ଉପଦେଷ୍ଟା ଓ ବିଶିଷ୍ଟ ଗାନ୍ଧିବାଦୀ ଡ଼ଃ ଭଗବାନ ପ୍ରକାଶ ସମସ୍ତଙ୍କୁ ଗାନ୍ଧୀଙ୍କ ନୀତି ଆଦର୍ଶକୁ ଅନୁସରଣ ଓ ପାଳନ କଲେ ସର୍ବୋତ୍ତମ ମଣିଷ ହୋଇ ନିଜ ସହିତ ସାରାବିଶ୍ୱ କୁ ସର୍ବୋତମ ଓ ସର୍ବୋତ୍କୃଷ୍ଟ କରାଯାଇପାରିବ l ଏବର୍ଷ ଗାନ୍ଧୀ ଜୟନ୍ତୀ ଅକ୍ଟୋବର ଦୁଇ ତାରିଖରୁ ସର୍ବ ଭାରତୀୟ ସ୍ତରରେ ଏକ ବର୍ଷବ୍ୟାପୀ ଗାନ୍ଧୀଚେତନା ସମ୍ପର୍କିତ କାର୍ଯ୍ୟକ୍ରମ “ହର ଦିଲ୍ ମେ ଗାନ୍ଧୀ” ର ଶୁଭାରମ୍ଭ ହୋଇ ୨୦୨୩ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀରେ ଏହାର ଉଦଯାପନ କାର୍ଯ୍ୟକ୍ରମ କରାଯିବ ବୋଲି ଏହି କାର୍ଯ୍ୟକ୍ରମର ଆବାହକ ତଥା ସର୍ବ ଭାରତୀୟ ସ୍ବାଧିନତା ସଂଗ୍ରାମୀ ଉତ୍ତରଦାୟାଦ ସଂଗଠନର ସମ୍ପାଦକ ଶ୍ରୀ ଶିବ ନାରାୟଣ ମିଶ୍ର ସୂଚନା ଦେଇଥିଲେ ।

ଏକ ବର୍ଷ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡିଶା ସହିତ ଅନ୍ୟାନ୍ୟ ରାଜ୍ୟର ଗାନ୍ଧିପ୍ରେମୀ ଓ ବିଭିନ୍ନ ସଂଗଠନ ଗୁଡ଼ିକୁ ଏଥିରେ ସାମିଲ କରାଯିବ। ବିଦ୍ୟାଳୟ,ମହାବିଦ୍ୟାଳୟ ଓ ବିଶ୍ବିଦ୍ୟାଳୟରେ ଗାନ୍ଧୀଙ୍କ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବା ସହିତ ପଦଯାତ୍ରା ଓ ରଚନାତ୍ମକ କାର୍ଯ୍ୟକ୍ରମ ଜରିଆରେ ଦେଶର ଯୁବପିଢୀଙ୍କୁ ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ଓ ଶାନ୍ତିର ମାର୍ଗରେ ଉଦବୁଦ୍ଧ କରିବା ପାଇଁ ବହୁ ସଂଖ୍ୟାରେ”ଗାନ୍ଧୀ ସେବକ”ଙ୍କୁ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରହିଛି l

ହିଂସା ମୁକ୍ତ, ନିଶା ମୁକ୍ତ, ଦଳ ମୁକ୍ତ, ମଳ ମୁକ୍ତ ଓ କ୍ଷୁଧା ମୁକ୍ତ ପରି ପାଞ୍ଚଟି ମନ୍ତ୍ରକୁ ଆଧାର କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ସଶକ୍ତ ଓ ବିକଶିତ ଭାରତ ଗଢିବାରେ ଯୁବବର୍ଗଙ୍କ ଭୂମିକା ଓ ଦାୟିତ୍ଵ ବୋଧକୁ ଉଦ୍ଜୀବିତ କରିବାର ଏହି ନିଆରା ପ୍ରୟାସରେ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ମନୋଜ ଜେନା,ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ଶ୍ରୀ ବାସୁଦେବ ଭଟ୍ଟ ଓ ସହ ଅଧ୍ୟକ୍ଷ ତଥା ହର ଦିଲ ମେ ଗାନ୍ଧୀ କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀ ପ୍ରସନ୍ନ ବିଶୋଇ,ସ୍କାଉଟ ଗାଇଡ଼ ଯୁଗ୍ମ ସମ୍ପାଦକ ମିହିର ପଟନାୟକ,ସହାୟକ ସାଙ୍ଗଠନିକ କମିଶନ ଚନ୍ଦନ ଦାସ, ସୌମ୍ୟା ପାଇକରାୟ, ଅୟସ୍ମିତା ପଣ୍ଡା, ଅବିନାଶ ଗଡ଼ନାୟକ, ଭବlନନ୍ଦ ଦାସ ,ସହୀଦ ସ୍ମୃତି ପରିଷଦ ସମ୍ପାଦକ ପ୍ରମେଶ ମହାନ୍ତି, ନାରାୟଣୀ ସେବା ଫାଉଣ୍ଡେସନ ସମ୍ପାଦିକା ସମିତା ମହାରଣା, ସୀତାଂଶୁ ମହାରଣା ପ୍ରମୁଖ ଆଜିର ଏହି ସଭାରେ ଉଦବୋଧନ ଦେଇଥିଲେ l ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗାନ୍ଧିଜୀ ଙ୍କ ଜୀବନ ଦର୍ଶନ ସମ୍ପର୍କରେ ବତକୃତା ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲ l ଶିବ ନାରାୟଣ ମିଶ୍ର ଆବାହକ ପ୍ରସନ୍ନ ବିଷୋୟୀ ସଂଯୋଜକ, “ହର ଦିଲମେ ଗାନ୍ଧୀ ”

Comments are closed.