ଜ୍ଞାନବ୍ୟାପୀରେ ହିନ୍ଦୁଙ୍କ ପୂଜା, କୋର୍ଟରେ ମୁସଲିମ୍ ପକ୍ଷ

ନୂଆଦିଲ୍ଲୀ : ଜ୍ଞାନବ୍ୟାପୀ ପରିସରରେ ହିନ୍ଦୁଙ୍କୁ ପୂଜା ପାଇଁ ଅନୁମତି ମିଳିବା ପରେ ବୁଧବାର ବିଳମ୍ବିତ ରାତିରେ ମୂର୍ତ୍ତି ରଖି ପୂଜା ଆରମ୍ଭ ହୋଇଯାଇଛି । ଅନ୍ୟପଟେ ପୂଜା ଅଧିକାର ବିରୁଦ୍ଧରେ ମୁସଲିମ୍ ପକ୍ଷ ଆହ୍ଲାବାଦ ହାଇକୋର୍ଟରେ ଯାଚିକା ଦାୟର କରିଦେଇଛି । ଅଞ୍ଜୁମନ ଇନ୍ତଜାମିଆ କମିଟି ଖୁବ୍ ଶୀଘ୍ର ଶୁଣାଣି ଗୁହାରି କରି ତଳକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ ଦେଇଛି । କହିରଖୁଛୁ ହିନ୍ଦୁ ପକ୍ଷ ପୂର୍ବରୁ ହିଁ କେଭିଏଟ୍ ଦାଖଲ କରିସାରିଛି ।

ଜ୍ଞାନବ୍ୟାପୀ ପରିସରସ୍ଥିତ ବ୍ୟାସ ବେସମେଣ୍ଟରେ ପୂଜା ଅଧିକାର ମାମଲା ପୁଣି ବାରଣାସୀ ଜିଲ୍ଲା କୋର୍ଟରେ ପହଞ୍ଚି ଯାଇଛି । ମୁସଲିମ୍ ପକ୍ଷ କୋର୍ଟଙ୍କୁ ୧୫ ଦିନର ସମୟ ମାଗିଛି । ଯାଚିକାରେ କୁହାଯାଇଛି କି ୧୫ ଦିନ ପର୍ଯ୍ୟନ୍ତ ଆଦେଶକୁ ଲାଗୁ କରାନଯାଉ । ହାଇକୋର୍ଟରେ ଯାଚିକା ଦାଖଲ କରିବାକୁ ନେଇ ସମୟ ମାଗିଛି ପକ୍ଷ ।

କହିରଖୁଛୁ ଏହା ପୂର୍ବରୁ ଜ୍ଞାନବ୍ୟାପୀ ମାମଲାରେ ଅଞ୍ଜୁମନ ଇନ୍ତଜାମିଆ ମସଜିଦ୍ କମିଟି ଜିଲ୍ଲା ନ୍ୟାୟାଧିଶଙ୍କ ସେହି ଆଦେଶ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଯେଉଁଥିରେ ହିନ୍ଦୁ ପକ୍ଷଙ୍କୁ ମସଜିଦର ବେସମେଣ୍ଟରେ ପୁଜା କରିବାକୁ ଅନୁମତି ଦିଆଯାଇଥିଲା । ମସଜିଦ୍ ସମିତି ଗତକାଲି ରାତିରେ ସୁପ୍ରିମକୋର୍ଟଙ୍କ ଭ୍ୟାକେସନ୍ ରେଜିଷ୍ଟାର ସହିତ ସମ୍ପର୍କ କରିଥିଲା ଏବଂ ଆଦେଶକୁ ୭ ଘଣ୍ଟା ଭିତରେ ବାରଣାସୀ ପ୍ରଶାସନ ଦ୍ବାରା ଏହାର କାର୍ଯ୍ୟାବର୍ତ୍ତନ ୟୋଗୁଁ ତତ୍କାଳ ତାଲିକାଭୁକ୍ତ କରିବା ପାଇଁ ଅପିଲ କରିଥିଲା ।

କହିରଖୁଛୁ ନିକଟରେ ଏଏସଆଇର ସର୍ଭେରେ ଏହା ସ୍ପଷ୍ଟ ହୋଇଯାଇଥିଲା କି ଜ୍ଞାନବ୍ୟାପୀର ମସଜିଦ୍, ଏକ ପୁରୁଣା ଭବ୍ୟ ମନ୍ଦିରର ଢାଞ୍ଚାରେ ନିର୍ମାଣ ହୋଇଥିଲା ଯେଉଁଥିରେ ହିନ୍ଦୁ ମନ୍ଦିର ସଂସ୍କୃତିର ଅନେକ ଚିହ୍ନ କାନ୍ଥ ଓ ଖୁମ୍ବରେ ମିଳିଥିଲା । ବାରଣାସୀର ଜିଲ୍ଲାକୋର୍ଟ ବ୍ୟାସ ବେସମେଣ୍ଟରେ ପୂଜା କରିବାର ଅନୁମତି ଦେଇଥିଲେ । ଏହା ପରେ ବୁଧବାର ଅଷ୍ଟ ଦେବତାଙ୍କ ମୂର୍ତ୍ତି ରଖି ପୂଜା କରାଯାଇଛି ।

Comments are closed.