ନିର୍ବାଚନ ପୂର୍ବରୁ ପାକିସ୍ତାନରେ ହିଂସା

ଡେସ୍କ: ପାକିସ୍ତାନରେ ଫେବୃଆରୀ ୮ରେ ନିର୍ବାଚନ ହେବା ପୂର୍ବରୁ ବାଲୁଚିସ୍ତାନରେ ହିଂସା ବୃଦ୍ଧି ପାଇଛି। ଆଜି ସେଠାରେ ପୃଥକ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଆଜି କ୍ୱେଟାର ସବଜଲ ରୋଡ ଅଞ୍ଚଳରେ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

ଜାଫରାବାଦ ଏବଂ ତୁର୍ବତ ସହରରେ ଦୁଇଟି ପୃଥକ ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.