ସାଇ ବାବା ମନ୍ଦିରର ୧୪ ତମ ପ୍ରତିଷ୍ଠା ଦିବସ ସହ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ।

0

ଗଜପତି (ମନୋଜ ପାଢ଼ୀ) – : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରେକେଣା ସାହିରେ ଥିବା ସାଇବାବା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଓ ସାଇ ବାବା ମନ୍ଦିରର ୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସକାଳୁ ଭକ୍ତଙ୍କ ଦ୍ବାରା ସାଇ ବାବାଙ୍କ ଅଭିଷେକ କରାଯାଇଥିଲା । ସାଇ ବାବା ଙ୍କ ଚାଉଳି ଯାତ୍ରା ଓ ମଧ୍ୟାହ୍ନ ଆଳତୀ ପରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟା ଆଳତୀ ଦେଖିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା !

Leave A Reply

Your email address will not be published.