ଗଜପତି,୬.୯(ମନୋଜ ପାଢ଼ୀ) :-ପାରଳାଖେମୁଣ୍ଡିସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚ଼ନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାରିଛି । ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଟନଙ୍କ ୧୩୯ତମ ଜୟନ୍ତୀ ପାଳନ ଅବସରରେ ଶିକ୍ଷାର ମାନଦଣ୍ଡ ବୃଦ୍ଧି କରିବାରେ ଗୁରୁମାନଙ୍କ ଭୂମିକା ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଗ୍ରହଣ କ୍ଷେତ୍ରରେ ଗୁରୁ ଓ ଛାତ୍ରଛାତ୍ରୀଙ୍କ ଆନ୍ତରିକ ସହଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ରଶ୍ମିତା କୁମାରୀ ନନ୍ଦ ଏବଂ ମଧୁସ୍ମିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାଯ୍ୟକ୍ରମରେ ସେବାନିବୃତ୍ତ ଶିକ୍ଷକ ବିଚିତ୍ରାନନ୍ଦ ବେବର୍ତ୍ତା, ଗୋପାଳକୃଷ୍ଣ ନାୟକ, ବିଜୟଲକ୍ଷ୍ମୀ ସାହୁ, ଲଳିତ ନାୟକ, ରାମକୃଷ୍ଣ ଗନ୍ତାୟତ, ବରିଷ୍ଠ ସାମ୍ବାଦିକ ଭାଗବତ ପାତ଼ୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଗୁରୁ ଶିକ୍ଷ୍ୟର ପବିତ୍ର ପରମ୍ପରାକୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍ମରଣ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.