ଗଜପତି,୬.୯(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ଗୋଷାଣି ବ୍ଳକ ଅନ୍ତର୍ଗତ ଗୁରାଣ୍ଡିସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁ ଦିବସ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ଶିକ୍ଷକ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଅତିଥି ରୂପେ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ।ଏହି ଉତ୍ସବ ମାଧ୍ୟମରେ ଗୁରୁ-ଶିଷ୍ୟ ପରମ୍ପରା ଓ ଗୁରୁଙ୍କ ପ୍ରତି ଶିଷ୍ୟମାନଙ୍କର ଶ୍ରଦ୍ଧା ଓ ସମ୍ମାନର ଭାବନା ଉଜ୍ଜୀବିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗୁରୁଜନଙ୍କୁ ସମ୍ମାନ ଜଣାଇବା ସହ ପୂଜାର୍ଚ୍ଚନା କରିଥିଲେ।
ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯିବା ଦ୍ୱାରା ବିଦ୍ୟାଳୟ ପ୍ରତି ସେମାନଙ୍କର ଦୀର୍ଘଦିନର ଅବଦାନ ଓ ଶିକ୍ଷାଦାନର ସ୍ମୃତିକୁ ସମ୍ମାନ ଦିଆଯାଇଥିଲା। ଗୁରୁଙ୍କ ଆଦର୍ଶ, ତ୍ୟାଗ ଓ ମାର୍ଗଦର୍ଶନ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ସର୍ବଦା ପ୍ରେରଣାଦାୟୀ ହୋଇ ରହିବ ବୋଲି ଅତିଥି ମାନେ ମତ ପ୍ରକାଶ ପାଇଥିଲା।
Sign in
Sign in
Recover your password.
A password will be e-mailed to you.