ଭୁବନେଶ୍ବର: ରାଜଧାନୀରୁ ସାଢେ ୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ନୟାପଲ୍ଲୀ ଅଞ୍ଚଳରେ ଡ୍ରଗସ ବିକ୍ରି ବେଳେ, ପୁଲିସ ହାତରେ ଧରା ପଡ଼ିଛନ୍ତି ଦୁଇ ଅଭିଯୁକ୍ତ। ପୁଲିସକୁ ଗ୍ରାହକ ଭାବି ପୁଡ଼ିଆ ଧରାଇଦେଲେ ବେପାରୀ। ଉଭୟଙ୍କ ପାଖରୁ ସାଢେ ୭ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ଏହି ଡ୍ରଗ୍ସ କାରବାରର ମାଷ୍ଟର ମାଇଣ୍ଡଙ୍କ ନାଁ କହିଛନ୍ତି। ମାଷ୍ଟର ମାଇଣ୍ଡ ଭୁବନେଶ୍ୱରକୁ ଲକ୍ଷାଧିକ ଟଙ୍କାର ବ୍ରାଉସୁଗାର ଆଣିଥିବାର ବି ସୂଚନା ଦେଇଛନ୍ତି ସେମାନେ। ମାଷ୍ଟର ମାଇଣ୍ଡକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୁଲିସ।
Sign in
Sign in
Recover your password.
A password will be e-mailed to you.
Comments are closed.