ବିଧାନସଭାରେ ଉଠିଲା ଏଲପିଜି ଅଭାବ ପ୍ରସଙ୍ଗ। ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି।

ଗ୍ୟାସ୍ ମିଳୁନଥିବାରୁ ବିରୋଧୀଙ୍କ ପ୍ରବଳ ହୋହାଲ୍ଲା।

ବି.ବି.ନିୟୁଜ : ସାଧାରଣ ଖାଉଟୀଙ୍କ ରୋଷେଇ ଘରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ସିଧା ଅଭାବ। ଏଲପିଜି ସିଲିଣ୍ଡରର ଅଭାବ ପାଇଁ ସୃଷ୍ଟି ହେଲାଣି ଅଚଳାବସ୍ଥା। ଯୁଦ୍ଧ ପ୍ରଭାବରୁ ଗ୍ୟାସ ଯୋଗାଣ ଗୁରୁତର ବ୍ୟାହତ ହେବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖା ଦେଇଛି ଗ୍ୟାସର ଘୋର ଅଭାବ। ଏହାକୁ ନେଇ ବଢୁଛି ଜନ ଅସନ୍ତୋଷ। ରାଜଧାନୀରୁ ରାଜ୍ୟର ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ସମାନ ସ୍ଥିତି। ସବୁଠି ଗ୍ୟାସ ପାଇଁ ଡିଷ୍ଟ୍ରିବ୍ୟୁଟର ଓ ଏଜେନ୍ସି ଆଗରେ ଗ୍ରାହକଙ୍କ ଲମ୍ବା ଲାଇନ୍ ଲାଗିଛି।

ସେପଟେ ରାଜ୍ୟରେ ଗ୍ୟାସ୍ ଅଭାବକୁ ନେଇ ବିଧାନସଭାରେ ଅଚଳାବସ୍ଥା। ବିରୋଧୀ ଦଳର ସଦସ୍ୟମାନେ ଆଜି ଗୃହରେ ପ୍ରବଳ ହୋହାଲ୍ଲା କରିଥିଲେ। ଗ୍ୟାସ ସିଲିଣ୍ଡର ପାଇଁ ଲୋକେ ହଇରାଣ ହେଉଥିବା ଅଭିଯୋଗ କରିଥିଲେ ବିଜେଡି ଓ କଂଗ୍ରେସ ବିଧାୟକ। ଲୋକଙ୍କ ସମସ୍ୟା ତୁରନ୍ତ ଦୂର କରିବାକୁ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ। ବାଚସ୍ପତିଙ୍କ ପୋଡିୟମ ନିକଟରେ ଛିଡା ହୋଇ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ। ବିରୋଧୀଙ୍କ ହୋହାଲ୍ଲା ଜାରି ରହିବାରୁ ଶେଷରେ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ପରେ ପୁଣି ୧୨ଟା ୧୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି।

Comments are closed.