ହଟିଲା ତାମିଲନାଡୁରେ ସରକାର ଗଠନ ସସ୍ପେନ୍ସ : ବିଜୟଙ୍କ ଟିଭିକେକୁ ମିଳିଲା ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା

ଚେନ୍ନାଇ : ଶେଷରେ ହଟିଲା ତାମିଲନାଡୁରେ ସରକାର ସସ୍ପେନ୍ସ। ତାମିଲନାଡ଼ୁରେ ବିଜୟଙ୍କ ଟିଭିକେକୁ ସଂଖ୍ୟା ଗରିଷ୍ଠତା ମିଳିବା ପରେ ଏବେ ରାଜ୍ୟରେ ଟିଭିକେ ସରକାର ଗଠନ କରିବା ପ୍ରାୟ ନିଶ୍ଚିତ। ଏଇ କିଛି ସମୟ ତଳେ ସରକାର ଗଠନ ପାଇଁ ତାମିଲନାଡ଼ୁ ଲୋକଭବନ ଯାଇ ସରକାର ଗଠନ ପାଇଁ ଦାବି ରଖିଛନ୍ତି ଟିଭିକେ ମୁଖ୍ୟ ବିଜୟ ଥାଲାପତି।

ଆଜି VCK ଓ IUMLର ବିଦ୍ଧିବଧ ସମର୍ଥନ ପରେ ଟିଭିକେର ସଂଖ୍ୟା ୧୨୦ ରେ ପହଞ୍ଚିଛି। ପୂର୍ବରୁ TVKକୁ କଂଗ୍ରେସ ଓ ବାମଦଳ ସମର୍ଥନ କରିଥିଲେ। TVKର ମୋଟ ୧୦୭ ବିଧାୟକ ଥିବା ବେଳେ କଂଗ୍ରେସର ୫ ଓ ବାମଦଳର ୪ ବିଧାୟକ ବିଜୟଙ୍କୁ ସମର୍ଥନ ଜଣାଇଛନ୍ତି।

ଫଳରେ ବିଧାନସଭାରେ TVKର ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି। ଏପଟେ ଟିଭିକେ ରାଜ୍ୟରେ ନୂଆ ସରକାର ଗଠନ କରିବାକୁ ଯାଉଥିବାରୁ, ମେଣ୍ଟ ସରକାରକୁ ବଧାଇ ଜଣାଇଛନ୍ତି ବିଦାଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍।

Comments are closed.