ଗୋପୀନାଥପୁର ଷ୍ଟେସନ୍‌ କାର୍ଯ୍ୟ ତଦାରଖ କଲେ ଡିଆର୍‌ଏମ୍‌

ନୀଳଗିରି: ଦକ୍ଷିଣ-ପୂର୍ବ ଖଡ଼ଗପୁର ରେଳ ଡିଭିଜନ୍‌ର ଡିଆର୍‌ଏମ୍‌ ଏମ୍‌ଏସ୍‌ ହାସମୀ ଗତକାଲି ବାଲେଶ୍ବର ଗସ୍ତରେ ଆସିଥିଲେ। ଏହି କ୍ରମରେ ସେ ନୀଳଗିରି ଗୋପୀନାଥପୁରଠାରେ ନିର୍ମାଣ ହେଉଥିବା ନୂତନ ରେଳଷ୍ଟେସନ୍‌ କାର୍ଯ୍ୟ ତଦାରଖ କରିଛନ୍ତି।

ତାଙ୍କ ସହ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରହିଥିଲେ। ଏହି ସମୟରେ ସ୍ଥାନୀୟ ଲୋକ କଂକ୍ରିଟ୍‌ କାମରେ ଆବଶ୍ୟକ ପାଣି ଦିଆଯାଉ ନଥିବା ଅଭିଯୋଗ କରିଥିଲେ। ଫଳରେ ସାଂସଦ ଠିକାଦାରଙ୍କୁ ଠିକ୍‌ କାମ କରିବା ପାଇଁ ଚେତାବନୀ ଦେଇଥିଲେ। ତେବେ ରେଳ‌ଷ୍ଟେସନ୍‌ କାମ ଆସନ୍ତା ଜାନୁଆରି ୧୫ ସୁଦ୍ଧା ସରିବ ବୋଲି ଡିଆର୍‌ଏମ୍‌ ହାସମୀ କହିଛନ୍ତି।

Comments are closed.