ଓଡ଼ିଶା ପ୍ରଶାସନିକ ସେବା ର ସିଭିଲ ସର୍ଭିସ ପରୀକ୍ଷା ରାଣୀପେଟା ର ଗୋପାଳ କୃଷ୍ଣ ଇଂଜିନିୟର କଲେଜରେ ଅନୁଷ୍ଠିତ – ୨୦୨୬ ।

0

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅର୍ନ୍ତଗତ ଅନ୍ଥା ଗ୍ରାମପଞ୍ଚାୟତର ରାଣୀପୁଟରେ ସ୍ଥାପିତ ଗୋପାଳ କୃଷ୍ଣ ଇଂଜିନିୟର କଲେଜରେ ତା ୦୭/୦୬/୨୦୨୬ ରିଖ ରବିବାର ଦିନ ସକାଳ ୯ ଘଣ୍ଟିକାରେ ରିପୋର୍ଟିଙ୍ଗ ଓ ପ୍ରଥମ ସିଟିଂ ୧୦ ଘଣ୍ଟିକାରେ ଆରମ୍ଭ ହୋଇ ୧୨ ଘଣ୍ଟିକା ରେ ଶେଷ ଜିଏସ ପେପର୍ (୧)ଓ ଦ୍ୱିତୀୟ ସିଟିଂ ଉପରାହ୍ନ୧:୩୦ଘଣ୍ଟିକାରେ ଆରମ୍ଭ ହୋଇ ୩:୩୦ ଘଣ୍ଟିକାରେ ଶେଷ ହେବ ଜିଏସ ପେପର୍ (୨)।ଓଡ଼ିଶା ସରକାରଙ୍କ ପ୍ରଶାସନିକ ସେବାର ଓସିଏସ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ଓଡ଼ିଶାର ବିଭିନ୍ନ ସହରର ବିଭିନ୍ନ କେନ୍ଦ୍ରରେ ଓ .ଏମ୍. ଆର୍ ମାଧ୍ୟମରେ କରାଯାଇଛି । ଓଡ଼ିଶାର ବିଭିନ୍ନ କେନ୍ଦ୍ର ମଧ୍ୟରୁ ଜୟପୁର ସହରର ଗୋପାଳ କୃଷ୍ଣ ଇଂଜିନିୟର କଲେଜ ଅନ୍ଥା ପଞ୍ଚାୟତର ରାଣୀପୁଟ ଗ୍ରାମରେ ୧୯୮୯ ମସିହାରେ ସ୍ଥାପିତ ହୋଇଥିବା ୩୭ ବର୍ଷର ପୁରୁଣା ସରକାରୀ ଇଞ୍ଜିନିୟର କଲେଜରେ ପ୍ରଥମ ଦିନର ପ୍ରଥମ ଅଧିବେଶନରେ ମୋଟ ୩୦୧ ରୁ ୬୦୦ ଆଶାୟୀ ପ୍ରାର୍ଥୀ ଅର୍ଥାତ୍ ୩୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏଥିରେ ଜୟପୁର ସଦର ପୋଲିସ୍ ଅଧିକାରୀ ସହ ବିଭିନ୍ନ ପୋଲିସ କର୍ମଚାରୀ, ଡେପୁଟୀ କଲେକ୍ଟର, ଓ ଅନ୍ଯ ପ୍ରଶାସନିକ ଅଧିକାରୀମାନେ ଊତ୍ତମ ନିରୀକ୍ଷଣ ଓ ଶୃଙ୍ଖଳା ସହ ତତ୍ତ୍ୱାବଦନ କରିଛନ୍ତି ।
ଯେପରି ଅନ୍ୟ ପରୀକ୍ଷା ଗୁଡ଼ିକରେ ବିଭିନ୍ନ ପେପର୍ ଲିକ୍ ହେଉଛି , ସେହିପରି ଯେମିତି ନ ହେଵ ତା ପ୍ରତି ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ କଡ଼ାକଡ଼ି ଦୃଷ୍ଟି ରଖିଛନ୍ତି ।

Leave A Reply

Your email address will not be published.