ନୁଆଗଡ ବ୍ଳକ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ।

0

ଆର,ଉଦୟଗିରି-: ଗଜପତି ଜିଲ୍ଲା ନୁଆଗଡ ପଞ୍ଚାୟତ ସମ ସଦଭାବନା ସଭାଗୃହ ଠାରେ ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନଙ୍କ ଅଧ୍ୟକ୍ଷତା ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବରଙ୍କ ପରିଚାଳନାରେ ପଞ୍ଚାୟତ ସମିତିର ଦ୍ବାଦସ ତମ ସାଧାରଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଧ୍ୟକ୍ଷା, ବିଡିଓ ସହ ଉପାଧ୍ୟକ୍ଷ ନିହିମୀୟ ରଇତ, ଅତିରିକ୍ତ ବିଡିଓ ଧର୍ମେନ୍ଦ୍ର କୁମାର ଦାସ, ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ତ୍ରିଶୂଳ ସେନାପତି ମଞ୍ଚାସୀନ ଥିବାବେଳେ ବୈଠକରେ ବିଭିନ୍ନ ବିଭାଗର କର୍ମଚାରୀ ଏବଂ ସରପଞ୍ଚ, ସମିତିସଭ୍ୟ ସଭ୍ୟା, ପିଇଓ ଓ ଲାଇନ୍ ଡିପାର୍ମେଣ୍ଟ ଉପସ୍ଥିତ ଥିଲେ । ଏହି ବୈଠକରେ ବ୍ରହ୍ମପୁର ସାସଂଦ, ମୋହନା ନିର୍ବାଚନ ବିଧାୟକ ଏବଂ ଜିଲ୍ଲା ପରିଷଦ ସଭ୍ୟ ଅନୁପସ୍ଥିତ ରହିଥିଲେ ବିଧାୟକ ଓ ଜିଲ୍ଲାପରିଷଦ ପ୍ରତିନୀଧି ଉପସ୍ଥିତ ଥିଲେ । ପ୍ରଥମେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶଶାଙ୍କ ଶେଖର ସୁବୁଦ୍ଧି ପୂର୍ବ ବୈଠକର ମୁଖ୍ୟତଃ ସମିତି ବୈଠକ ଦୀର୍ଘ ୮ ମାସ ପରେ ହେଉଥିବାରୁ ୩ ମାସକୁ ଥରେ କରିବାକୁ ଉପସ୍ଥାପନ କରିଥିଲେ ସମିତି ମେମ୍ବର ମାନେ। ସମସ୍ତ ସ୍ଥାନରେ ବିଏସସେନାଲ ନେଟଓ୍ବର୍କ ସବୁବେଳେ ସମସ୍ୟା ହେଉଥିବାରୁ ଏହାର ତୁରନ୍ତ ସମାଧାନ କରିବାକୁ ଜନ ପ୍ରତିନୀଧି ଉପସ୍ଥାପନ କରିଥିଲେ । ବିଭାଗୀୟ ଅଧିକାରୀ ଏକମାସ ମଧ୍ୟରେ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅନେକ ଗ୍ରାମରେ ପାନୀୟଜଳ ସମସ୍ୟା ଦେଖାଦେଇଛି । ତେଣୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ । ବେତସିଙ୍ଗ ପଞ୍ଚାୟତରେ ନୂତନ ଭାବେ ହେବାକୁ ଥିବା କଲ୍ୟାଣ ମଣ୍ଡପକୁ ଅନ୍ୟ ପଞ୍ଚାୟତକୁ ପରିବର୍ତନ ହୋଇଥିବାରୁ ସେଠିକାର ସରପଞ୍ଚ ଦଃଖ ପ୍ରକାଶ କରିଥିଲେ । ବୈଠକରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଓ ବ୍ଳକ ସଂଯାଯୋକ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.