କମ୍ବଳ ବେପାର ଆଳରେ ଗଞ୍ଜେଇ କାରବାର : ୪ ଜଣଙ୍କୁ ବାନ୍ଧିଲା ପୋଲିସ

 ମାଲକାନଗିରି : ‘ପୁଷ୍ପା’ ଷ୍ଟାଇଲରେ ଗଞ୍ଜେଇ ଚାଲାଣ। ମାଲକାନଗିରିରେ କମ୍ବଳ ବେପାର ଆଳରେ କୋଟିଏ ଟଙ୍କାର ଗଞ୍ଜେଇ କାରବାର ଅଭିଯୋଗରେ ୪ ଗିରଫ। କାଲିମେଳା ଅଞ୍ଚଳରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ସହ ତିନୋଟି ବାଇକ୍ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ମଧ୍ୟରୁ ୩ଜଣ ଉତ୍ତରପ୍ରଦେଶର ଏବଂ ଜଣେ ମାଲକାନଗିରି ଅଞ୍ଚଳର।

କମ୍ବଳ ଭିତରେ ଗଞ୍ଜେଇ ଲୁଚାଇ ଉତ୍ତରପ୍ରଦେଶ ନେବାକୁ ଯୋଜନା କରିଥିଲେ ମାଫିଆ। କିନ୍ତୁ ସେମାନଙ୍କ ଚାଲାକିକୁ ଭଣ୍ଡୁର କରିଦେଇଛି ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ମାଲକାନଗିରି ଏସପି କହିଛନ୍ତି।

Comments are closed.